Breaking

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ କୋହଲି କେତେ ଆୟ କରନ୍ତି ଜାଣନ୍ତି କି?

0

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରି ଚାଲିଛନ୍ତି। କେବଳ ବିଜ୍ଞାପନ ନୁହେଁ, ସୋସିଆଲ୍‌ ମିଡିଆରେ ମଧ୍ୟ ସେ ବେଶ୍‌ ସକ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ୩୨.୨ ମିଲିୟନ୍‌ ଅନୁଗାମୀ ଅଛନ୍ତି। ସେ ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ଫଟୋ ପୋଷ୍ଟ କରିବା ପାଇଁ ପାଖାପାଖି ୧ କୋଟି ୩୫ ଲକ୍ଷ ଟଙ୍କା ନେଉଛନ୍ତି। ଇନଷ୍ଟାଗ୍ରାମ ଧନୀ ତାଲିକାରେ କୋହଲି ଜଣେ ଖେଳାଳି ଭାବେ ବିଶ୍ୱର ନବମ ସ୍ଥାନରେ ରହିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ପର୍ତ୍ତୁଗାଲର ମହାନ ଫୁଟବଲ୍‌ ଖେଳାଳି ଖ୍ରୀଷ୍ଟିଆନ୍‌ ରୋନାଲଡୋ। ସେ ପ୍ରତି ପୋଷ୍ଟ ପାଇଁ ୬.୭୫ କୋଟି ଟଙ୍କା ନେଉଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଫୁଟବଲ୍‌ ଖେଳାଳି ନେମାର। ସେ ପ୍ରତି ପୋଷ୍ଟ ପାଇଁ ୬.୯ କୋଟି ଟଙ୍କା ନେଉଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ଫୁଟବଲ ଖେଳାଳି ଲିଓନେଲ ମେସି। ସେ ପ୍ରତି ପୋଷ୍ଟା ପିଛା ୪.୪୭ କୋଟି ଟଙ୍କା ନେଉଛନ୍ତି। ବିରାଟ ଏକମାତ୍ର କ୍ରିକେଟ ଖେଳାଳି ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

loading...

Leave A Reply

Your email address will not be published.