Breaking

ଶୋଇକି ଉଠିଲା ବେଳକୁ ବେଶୀ ଯନ୍ତ୍ରଣା ଦେଉଛି ବିଶ୍ୱକପ୍‌ ପରାଜୟ:କୋହଲି

0

ନୂଆଦିଲ୍ଲୀ, ୨୫।୭: ଆଇସିସି ବିଶ୍ୱକପ୍‌ ସରିବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ଦର୍ଶକଙ୍କ ମନରୁ ଲିଭିନାହିଁ। କେବଳ ଦର୍ଶକ ନୁହଁନ୍ତି, ଦଳର ପରାଜୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ବେଶୀ ମର୍ମାହତ ହୋଇପଡିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଶୋଇକି ଉଠିଲା ପରେ ବିଶ୍ୱକପ ପରାଜୟ ବେଶୀ ଯନ୍ତ୍ରଣା ଦେଉଛି। ସବୁ ସ୍ତରରେ ଦଳ ଉଚ୍ଚକୋଟୀର ଖେଳ ପ୍ରଦଶର୍ଶନ କରିଥିଲେ ସୁଦ୍ଧା ଗୋଟିଏ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ସବୁ ସ୍ବପ୍ନକୁ ଧୂଳିସାତ୍‌ କରିଦେଇଛି ବୋଲି କୋହଲି କହିଛନ୍ତି। ଏଭଳି ପରାଜୟକୁ ସହଜରେ ହଜମ କରିବା କଷ୍ଟକର ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଆଇସିସି ବିଶ୍ୱକପ ସେମିଫାଇନାଲରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡଠାରୁ ୧୮ ରନ୍‌ରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଥିଲା।

loading...

Leave A Reply

Your email address will not be published.