Breaking

ଆଜମ ଖାନ୍‌ଙ୍କ ପୁଅଙ୍କୁ ଅଟକ ରଖିଲା ପୋଲିସ

0

ଲକ୍ଷ୍ନୌ, ୩୦।୭: ସମାଜବାଦୀ ପାର୍ଟି (ଏସ୍‌ପି) ଏମ୍‌ପି ଆଜମ ଖାନ୍‌ଙ୍କ ପୁଅ ତଥା ବିଧାୟକ ଅବଦୁଲାଙ୍କୁ ବୁଧବାର ରାମପୁର ପୋଲିସ ଅଟକ ରଖିଛି। ମହମ୍ମଦ ଅଲ୍ଲୀ ଜୌହାର ବିଶ୍ୱବିଦ୍ୟାଳୟରେ ଚଢାଉବେଳେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ତାଙ୍କୁ ଅଟକ ରଖାଯାଇଛି ବୋଲି ପୋଲିସ କହିଛି। ମଦ୍ରାସା ଆଲିୟାରୁ ଚୋରି ହୋଇଥିବା ପୁସ୍ତକ ମାମଲାରେ ଜୌହାର ବିଶ୍ୱବିଦ୍ୟାଳୟରେ ଚଢାଉ ଚାଲିଛି। ବିଶ୍ୱବିଦ୍ୟାଳୟରୁ ଏପର୍ଯ୍ୟନ୍ତ ୨୫୦୦ ପୁସ୍ତକ ଜବତ ହୋଇଛି। ୪ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଚଢାଉବେଳେ ଅବଦୁଲ୍ଲା ଆଜମ ପହଞ୍ଚିବାରୁ ତାଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ସ୍ଥିତି ସୁଧାରିବା ପାଇଁ ଅବଦୁଲ୍ଲାଙ୍କୁ ଅଟକ ରଖି ପଚରାଉଚରା କରିଛି।

loading...

Leave A Reply

Your email address will not be published.