Breaking

ରାଜ୍ୟକୁ କମିଲା କିରୋସିନ କୋଟା: ଅଗଷ୍ଟରୁ ମିଳିବ ୨ ଲିଟର

0

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟର ୪ଟି ଜିଲା କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଅଣ-ସବ୍‌ସିଡି କିରୋସିନ ଯୋଗାଇ ଦିଆଯାଉଛି। ଅନ୍ୟ ଜିଲାଗୁଡ଼ିକରେ କେତେ ଅଣ-ସବ୍‌ସିଡି କିରୋସିନ ଦରକାର ସେନେଇ ଏକ ତାଲିକା ଦେବା ଲାଗି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟ ପାଇଁ ଥିବା କିରୋସିନ କୋଟାକୁ ହ୍ରାସ କରିଚାଲିଛନ୍ତି। ବୁଧବାର ପ୍ରଶ୍ନୋତ୍ତର ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟକୁ ୨୦୧୧-୧୨ରେ ବର୍ଷକୁ ୪ଲକ୍ଷ ୯୪୪ କିଲୋଲିଟର କିରୋସିନ ଦେଉଥିବା ବେଳେ ୨୦୧୨-୧୩ରେ ୩ଲକ୍ଷ ୯୯ହଜାର, ୨୦୧୩-୧୪ରେ ୩ଲକ୍ଷ ୯୮ହଜାର ୯୮୮, ୨୦୧୪-୧୫ରେ ୩ଲକ୍ଷ ୮୯ହଜାର, ୨୦୧୫-୧୬ରେ ୨ଲକ୍ଷ ୯୨ହଜାର, ୨୦୧୬-୧୭ରେ ୨ଲକ୍ଷ ୪୮ହଜାର, ୨୦୧୭-୧୮ରେ ୨ଲକ୍ଷ ୪୮ହଜାର ଏବଂ ୨୦୧୯-୨୦ରେ ୨ଲକ୍ଷ ୯ହଜାର କିଲୋଲିଟର କିରୋସିନ ରାଜ୍ୟକୁ ମିଳିଛି। ତେବେ ଜୁଲାଇ ମାସ ସୁଦ୍ଧା ପ୍ରତ୍ୟେକ ମାସରେ କେନ୍ଦ୍ର ସରକାର ରାଜ୍ୟକୁ ୨୦ହଜାର ୭୦୦ କିଲୋଲିଟର କିରୋସିନ ଯୋଗାଇ ଦେଇଥିବା ବେଳେ ଅଗଷ୍ଟ ମାସରେ ଏହାକୁ ୧୬ ହଜାର ୩୮୪ କିଲୋଲିଟରକୁ ଖସାଇ ଦେଇଛନ୍ତି। ଏଣିକି ଅଗଷ୍ଟ ମାସରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କାର୍ଡ ପାଇଥିବା ହିତାଧିକାରୀମାନଙ୍କୁ ୧.୮୯ ଲିଟର କିରୋସିନ ଯୋଗାଇ ଦିଆଯିବ।

loading...

Leave A Reply

Your email address will not be published.