Breaking

ଟାଟା ସ୍କାଏ ଡିଟିଏଚ୍ ସେବାରେ ନବୀକରଣ ଅଭିଜ୍ଞତା ଆଣିଲା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁୁରୋ:

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁୁରୋ:

ଅଗ୍ରଣୀ ଡିଟିଏଚ୍ କମ୍ପାନି ଟାଟା ସ୍କାଏ ପକ୍ଷରୁ ଏହାର ଗ୍ରାହକଙ୍କୁ ନବୀକରଣ ଅଭିଜ୍ଞତା ଦେବା ପାଇଁ ଟ୍ରେଣ୍ଡିଂ ଅନ୍ ଟିଭି, ଚ୍ୟାନେଲ ସର୍ଚ୍ଚ, ଚ୍ୟାନେଲ ଇନଫୋ ଉପଲବ୍ଧ କରାଇବା ଲାଗି ଏହାର ସେଟ୍ ଅପ୍ ବକ୍ସ୍‌ରେ ନୂତନ ବୈଶିଷ୍ଟ୍ୟ ପ୍ରଥମ ଥର ପାଇଁ ଯୋଗାଇ ଦିଆଯାଉଛି । ଏହାର ଟ୍ରେଣ୍ଡିଂ ଅନ୍ ଟିଭି ବୈଶିଷ୍ଟ୍ୟ ଦ୍ୱାରା ଗ୍ରାହକ ଟପ୍ ମୁଭି ଏବଂ ଲାଇଭ୍ ସ୍ପୋର୍ଟସ ସହଜରେ ପାଇପାରିବେ । ଟାଟା ସ୍କାଏ ରିମୋଟ କଂଟ୍ରୋଲର ହଳଦିଆ ବଟନ ପ୍ରେସ୍ କଲେ ଏହି ସୁବିଧା ମିଳି ପାରିବ । ଏହା ଉଭୟ ଏଚ୍‌ଡି ଏବଂ ଏସ୍‌ଡି ସେଟ୍ ଅପ୍ ବକ୍ସ୍‌ରେ ଉପଲବ୍ଧ ହୋଇପାରିବ । ଭାରତର ନନ୍ ୱେବ୍ କନେକ୍ଟେଡ୍ ସେଟ୍ ଅପ୍ ବକ୍ସ୍‌ରେ ପ୍ରଥମ ଥର ପାଇଁ ଏହି ସୁବିଧା ମିଳିପାରିବ ।

ଟପ୍ ମୁଭିଜ୍ ଦ୍ୱାରା ସବ୍‌ସ୍କ୍ରାଇବର ମୁଭି ଟାଇଟେଲ ଇଂଲିଶ୍‌, ହିନ୍ଦୀ, ମରାଠୀ, ତେଲୁଗୁ, ତାମିଲ୍‌, ମାଲାୟଲମ୍‌, କନ୍ନଡ଼ ଏବଂ ବେଙ୍ଗଲୀ ଆଦି ୮ଟି ଭାଷାରେ ଚୟନ କରିପାରିବେ । ଏସବୁ ଭାଷାର ରେଟିଂ ୫.୫ରୁ ଅଧିକ ରହିଛି । ଏହା ଦ୍ୱାରା ଉପଲବ୍ଧ ଚ୍ୟାନେଲରେ ଥିବା ବେଷ୍ଟ୍ ଫିଲ୍ମ୍ ସମ୍ପର୍କରେ ଜାଣି ପାରିବେ । ଫଳରେ ଚ୍ୟାନେଲ ସର୍ଫିଂରେ ଆଉ ସମୟ ନଷ୍ଟ ହେବ ନାହିଁ । ଏହି ବୈଶିଷ୍ଟ୍ୟ ଦ୍ୱାରା ଲାଇଭ୍ ସ୍ପୋର୍ଟିଂ ଇଭେଂଟ୍‌ର ପ୍ରସାରଣ ସମୟ ସମ୍ପର୍କରେ ମଧ୍ୟ ଜାଣି ହେବ । ନୂଆ ହୋମ୍ ଆପ୍‌ରେ ଚ୍ୟାନେଲ ଇନେଫୋ ଏବଂ ଚ୍ୟାନେଲ ସର୍ଚ୍ଚ ଅପସନ୍ ରହିଛି । ଏହା ମାଧ୍ୟମରେ ନୂଆ ନୂଆ ଚ୍ୟାନେଲ ସମ୍ପର୍କରେ ଜାଣିବା ଏବଂ ସବସ୍କ୍ରାଇବ୍ କରିବା ସୁବିଧା ଚ୍ୟାନେଲ ନାମ, ଚ୍ୟାନେଲ ନମ୍ବର, ଜେନେରେ ଏବଂ ଭାଷା ଆଦି ଦ୍ୱାରା କେବଳ ସହଜ ବଟନ ଟଚ୍ କରିବା ସହିତ ମିଳିପାରିବ ।

ଏହି ବୈଶିଷ୍ଟ୍ୟ ସମ୍ପର୍କରେ ଟାଟା ସ୍କାଏ ପ୍ରବକ୍ତା କହିଲେ, ଟାଟା ସ୍କାଏ ସବୁବେଳେ ସବସ୍କ୍ରାଇବରଙ୍କୁ ବିସ୍ତୃତ ବର୍ଗର କଂଟେଟ୍ ଶ୍ରେଷ୍ଠ ଜ୍ଞାନକୌଶଳ ଦ୍ୱାରା ଯୋଗାଇ ଦେଇଥାଏ । ନୂଆ ହୋମ୍ ଆପ୍ ଟାଟା ସ୍କାଏର ସେଟ୍ ଅପ୍ ବକ୍ସ୍‌ରେ ଏକ ନବୀକରଣ ଅନନ୍ୟ ବୈଶିଷ୍ଟ୍ୟ । ଏହା ସବ୍‌ସ୍କ୍ରାଇବରଙ୍କୁ ଏକ ରେଡିମେଡ୍ କଂଟେଟ୍ ଗାଇଡ୍ ଉପଲବ୍ଧ କରାଇବ । ଫଳରେ ଟ୍ରେଣ୍ଡିଂ ମୁଭିଜ୍ ଏବଂ ସ୍ପୋର୍ଟିଂ ଇଭେଂଟ୍ ସମ୍ପର୍କରେ ସୂଚନା ସହଜରେ କେବଳ ରିମୋଟ କଂଟ୍ରୋଲର ହଳଦିଆ ବଟନ ପ୍ରେସ୍ କରିବା ଦ୍ୱାରା ମିଳିପାରିବ ।

ଏହି ନୂତନ ବୈଶିଷ୍ଟ୍ୟ ସବ୍‌ସ୍କ୍ରାଇବରଙ୍କୁ ବିକଶିତ ଟିଭି ଦେଖିବା ଅଭିଜ୍ଞତା ସେମାନଙ୍କର ମନପସନ୍ଦର ଚ୍ୟାନେଲକୁ ସୁଇଚିଂ କରି ଚିନ୍ତାମୁକ୍ତ ଭାବେ ପ୍ରଦାନ କରିବାକୁ ସକ୍ଷମ ହେବ । ଏହି ୱାନ୍ ଷ୍ଟେପ୍ ସେଲଫ୍ କେୟାର ସଲ୍ୟୁସନ ଦ୍ୱାରା ଟ୍ରେଣ୍ଡିଂ କଂଟେଟ୍ ଥିବା ଆଡିଂ ଚ୍ୟାନେଲ, ଆର୍‌ଏମ୍‌୍‌ଏନ୍ ଚେଞ୍ଜ୍ ଭଳି ଦୈନଦିନ ଆକାଉଂଟ୍ ସମ୍ପର୍କିତ ଆବଶ୍ୟକତା ପୂରଣ ହୋଇପାରିବ । ନୂଆ ବୈଶିଷ୍ଟ୍ୟର ଷ୍ଟେପ୍‌ଗୁଡ଼ିକ ସମ୍ପର୍କରେ ସବସ୍କ୍ରାଇବରଙ୍କୁ ବ୍ରାଣ୍ଡ୍ ଫିଲ୍ମ ଏବଂ ଡିଜିଟାଲ ପ୍ରମୋଶନ୍ ଦ୍ୱାରା ଜଣାଇ ଦିଆଯିବ ।

loading...

Leave A Reply

Your email address will not be published.