Breaking

ଭି,ଏସ୍,ଏସ୍ ନଗରରେ ବନମହୋତ୍ସବ ସପ୍ତାହ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0

ଓଡିଶା ନ୍ୟଜ୍ ଟୁଡେ ବ୍ୟୁରୋ:

ଭି,ଏସ୍,ଏସ ନଗର ତାରିଣୀ ମନ୍ଦିର ନିକଟ ଓଭର ବ୍ରିଜ୍ ନିକଟରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅକ୍ଷୟ ସ୍ବାଇଁ, ଦୀପକ ନାୟକ, ନଳିନୀକାନ୍ତ ବେହେରା,ନରେନ୍ଦ୍ର ବିଶ୍ୱାଳ, କମଳାକାନ୍ତ ରାଉତରାୟ, ଦେବାନନ୍ଦ ଦାସ ବିଜେଡି ନେତ୍ରୀ ମନୋରମା ପାତ୍ର, ସୁଚିତ୍ରା ବେହେରା, ଇସା ମହାନ୍ତି, ପୁଷ୍ପଲତା ରାଉଳ, ସ୍ନେହଲତା ମୁଦୁଲି, ନୃସିଂହ ଧଳ, ସର୍ବଜିତ୍ ସାହୁ, ସୁଶାନ୍ତ ମୁଦୁଲି, ପୁଷ୍ପଲତା ନାୟକ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦାନକରି ଆଗାମୀ ଦିନରେ ଗ୍ଲୋବାଲ ୱାର୍ମିଂ ଓ ପରିବେଶର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳ ରେ ୧୦୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିବା ପାଇଁ ଶପଥ ନେଇଛନ୍ତି ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।ଭି,ଏସ୍,ଏସ୍ ନଗରରେ ବନମହୋତ୍ସବ ସପ୍ତାହ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

loading...

Leave A Reply

Your email address will not be published.