Breaking

ମଦୁଆ ବାପାର ଚାଖଣ ନିଶା ପାଇଁ ଚାଲିଗଲା ଦୁଇ ଝିଅଙ୍କ ଜୀବନ

0

ଭୁବନେଶ୍ବର :ମଦ୍ଯପ ବାପର ଚାଖଣ ନିଶା ପାଇଁ ଅକାଳରେ ଚାଲିଗଲା ଦୁଇ ଝିଅଙ୍କ ଜୀବନ । ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କ୍ଷୀରସାହିରେ ଲକ୍ଷ୍ମୀଧର ଦାଶ ମଦ ପିଇ ଆଜି ଘରକୁ ମାଛ ଆଣିଥିଲେ ରୋଷେଇ ପାଇଁ । ସରସ୍ବତୀ ପୂଜା ଓ ଗାଁରେ ଅଷ୍ଟପ୍ରହରୀ ଚାଲିଥିବାରୁ ତାଙ୍କ ସ୍ତ୍ରୀ ରୋଷେଇ କରିବାକୁ ମନାକରିଥିଲେ । ଫଳରେ ମଦ୍ୟପ ଲକ୍ଷ୍ମୀଧର ତାଙ୍କୁ ମାଡ ମାରିଥିଲେ । ଏହାପରେ ଲକ୍ଷ୍ମୀଧର ଗାଁ ଭିତରକୁ ଚାଲିଯାଇଥିବାବେଳେ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ । ଘରେ ରହିଯାଇଥିଲେ ନବମ ଶ୍ରେଣୀରେ ପଢୁଥିବା ରୂପା ଓ ପାଠ ସାରିଥିବା ତାଙ୍କ ବଡ ଭଉଣୀ ମଧୁସ୍ମିତା ।

ବାପା ମାଆଙ୍କ ଏଭଳି କଳହ ଦେଖି ଦୁଃଖରେ ଭାଙ୍ଗି ପଡିଥିବା ଦୁଇ ଉଭଣୀ ଅନନ୍ୟୋପାୟ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବେକରେ ରଶି ଦେଇ ସାନ ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ବଡ ଭଉଣୀ ଅନ୍ୟ ଏକ ଘରେ ବିଷ ପିଇଦେଇଥିଲେ । ଘଟଣାସ୍ଥଳରେ ସାନ ଉଭଣୀ ରୂପାର ମୃତ୍ୟୁ ହୋଇଥିବାବେଳେ ବଡ ଭଉଣୀ ମଧୁସ୍ମିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା । ରାସ୍ତାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ମିଳିଛି ।

loading...

Leave A Reply

Your email address will not be published.