Breaking

ଯୁବା ପ୍ରୟାସ ଏବଂ ଜନନୀ ଫାଉଣ୍ଡେସନର ମିଳିତ ସହଯୋଗରେ ପ୍ଲାଷ୍ଟିକ ବନ୍ଦ ଏବଂ କାଗଜ ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର :ସାମାଜିକ ଅନୁଷ୍ଠାନ ଯୁବା ପ୍ରୟାସ ଏବଂ ଜନନୀ ଫାଉଣ୍ଡେସନ ଦ୍ୱାରା ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରି କାଗଜ ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସ୍ୱେଚ୍ଛାସେବୀ ଏବଂ ଜନନୀ ଫାଉଣ୍ଡେସନର ସଦସ୍ୟମାନେ ମିଳିତ ଭାବରେ ସି.ଆର.ପି ଛକ, ପ୍ରିୟଦର୍ଶିନୀ ମାର୍କେଟ ସହ ଅନନ୍ୟ କିଛି ଦୋକାନକୁ ଯାଇ ସଚେତନତା କରାଇଥିଲେ । ଛୋଟ ଛୋଟ ପିଲାମାନେ ନାଟକ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଥିଲେ ଏବଂ ପେପର ବ୍ୟାଗ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଯୁବା ପ୍ରୟାସ ଅନୁଷ୍ଠାନର ସଂଯୋଜିକା ଶ୍ରଦ୍ଧା ଶୁଚିସ୍ମିତ ,ଇତିଶ୍ରୀ ପ୍ରିୟଦର୍ଶିନୀ ,ଆଶୁତୋଷ ସ୍ୱାଇଁ ,ମୋନାଲିସା ରଥ,ବବିତା ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

loading...

Leave A Reply

Your email address will not be published.