Breaking

ବୁଲା ପ୍ରାଣୀଙ୍କ ଦରଦୀ ବନ୍ଧୁ ସାଜିଲେ ଯୁବପିଢି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କୁହନ୍ତି ଦୁଃଖର ବନ୍ଧୁ ଯିଏ, ସେ ହିଁ ପ୍ରକୃତ ବନ୍ଧୁ। ଆଉ ଏ ମଣିଷଗୁଡ଼ାଙ୍କ ଉପରେ ସବୁବେଳେ ଆରୋପ ଲାଗେ ଏମାନେ ସ୍ୱାର୍ଥପର ବୋଲି। ସେଥିପାଇଁ ତ ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ଯୋଦ୍ଧାମାନଙ୍କୁ ଆମରି ଭିତରୁ କିଛି ବିଭିନ୍ନ ସମୟରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ହେଲେ ପାଞ୍ଚ ଆଙ୍ଗୁଠି ସମାନ ନ ଥିଲା ଭଳି ସବୁ ମଣିଷ ବି ସମାନ ନୁହନ୍ତି। ଆଜି ବି ମଣିଷପଣିଆ ମରିଯାଇ ନାହିଁ। ଆଜି ବି ଦୁଃଖ ବେଳେ ଅନ୍ୟପାଇଁ ଠିଆ ହେଉଛି ବିବେକବାନ ମଣିଷ।ଦେଶ ଲଢ଼ୁଛି କରୋନା ସହ। ଏପଟେ ଘରେ ବନ୍ଦ ହୋଇରହିଛନ୍ତି ଆମେ। ଲକଡାଉନ ବେଳେ ସହର ବଜାର ସବୁ ଠପ୍। ପଶୁପକ୍ଷୀଙ୍କ ପେଟ ଉପରେ ଏହାର ପ୍ରହାର ପଡ଼ିଲା। ଯଦି ଆମେ ସମସ୍ତେ ଅନ୍ତତଃ ନିଜ ନିଜ ଅଞ୍ଚଳରେ ଥିବା କଥା କହିପାରୁ ନ ଥିବା ପ୍ରାଣୀମାନଙ୍କ ପେଟ କଥା ବୁଝିବାର ଦାୟିତ୍ୱ ନେବା, ତେବେ ଅନେକାଂଶରେ ସମସ୍ୟାର ସମାଧାନ ହୋଇଯିବ। ଲକଡାଉନର ଅଭାବ ଅନାଟନ ତଥା ସଞ୍ଚିତ ସାଧନ ମଧ୍ୟରେ ପର କଥା ସମସ୍ତେ ଭାବୁ ନ ଥିବେ। ହେଲେ କେତେଜଣ ଦାୟିତ୍ୱବାନ ଯୁବବର୍ଗ ଆଗେଇ ଆସିଛନ୍ତି ନିଜ ଅଞ୍ଚଳର ପଶୁପକ୍ଷୀଙ୍କ ପେଟକୁ ମୁଠେ ଦାନା ଦେବାକୁ। ଏହି ମହତ କାମ ଜରିଆରେ ସେମାନେ ବୁଲା ପଶୁପକ୍ଷୀଙ୍କ ଦୁଃଖ ସମୟର ପ୍ରକୃତ ବନ୍ଧୁ ସାଜିଛନ୍ତି।

loading...

Leave A Reply

Your email address will not be published.