Breaking

ୱାର୍ଡ ନଂ ୩୯ କଂଗ୍ରେସ ତରଫରୁ ନୂଆସାହିରେ ଶୁଖିଲା ଖାଦ୍ୟ ବଣ୍ଟନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ବର ମହାନଗରର ନିଗମ ନୟାପଲ୍ଲୀ ୱାର୍ଡ ନଂ ୩୯ ଅଧୀନରେ ଥିବା ନୂଆସାହି ଅଞ୍ଚଳରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହେମାନନ୍ଦ ବିଶ୍ବାଳ ଓ ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ର ପୂର୍ବତନ ସମ୍ପାଦକ ଯୁବନେତା ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ପରାମର୍ଶ କ୍ରମେ ୩୯ନଂ ୱାର୍ଡ କଂଗ୍ରେସ ତରଫରୁ ନୟାପଲ୍ଲୀର ଅଗ୍ରଣୀ ଯୁବ ସଂଗଠନ ଶ୍ରୀ ବିନାୟକ ୟୁଥ ଆସୋସିଏସନର ସଦସ୍ୟମାନଙ୍କ ସହଯୋଗରେ ଯୁବ ସମାଜସେବୀ ତଥା ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ ସମ୍ପାଦକ ଶ୍ରୀ ଦେବବ୍ରତ ମହାନ୍ତି ଙ୍କ ନେତୃତ୍ବରେ ବିଶ୍ବ ମହାମାରୀ କରୋନା ପରିସ୍ଥିତିର ମୁକାବିଲା ପାଇଁ ୱାର୍ଡ ନଂ ୩୯ର ସମ୍ମାନୀୟ ସଫେଇ କର୍ମଚାରୀମାନେ ଯେଉଁ ଭଳି ଅଞ୍ଚଳବାସୀଙ୍କ ସେବା କରୁଛନ୍ତି ସେଥିପାଇଁ ସମ୍ମାନୀୟ ସଫେଇ କର୍ମଚାରୀମାନଙ୍କୁ କରତାଳି ମାଧ୍ୟମରେ ସମ୍ମାନ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ପରେ ନୂଆସାହିର ଦେହରୀ ସାହି ସହ ଅନ୍ୟ ସାହି ଗୁଡିକରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା, ସମାଜସେବୀ ଶ୍ରୀ ଜ୍ୟୋତି ହରିଚନ୍ଦନ ଙ୍କ ସହ ଶ୍ରୀ ଜୀବନ କୁମାର ଦାସ,ଶ୍ରୀ ସୁରେଶ ଚନ୍ଦ୍ର ପତି, ଶ୍ରୀ ବାଦଲ କୁମାର ପରିଡା,ଶ୍ରୀ ବିଶ୍ୱଜିତ ସାହୁ, ଶ୍ରୀ ରବି ମହାରଣା, ଶ୍ରୀ ବିକାଶ ମାହାନ୍ତି ପ୍ରମୁଖ ଉପସ୍ଥିତ ରହି ସମ୍ମାନୀୟ ସଫେଇ କର୍ମଚାରୀମାନଙ୍କୁ ସମ୍ମାନ ଜଣାଇବା ସହ ଯୁବ ସମାଜସେବୀ ଶ୍ରୀ ଦେବବ୍ରତ ମହାନ୍ତିଙ୍କୁ ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ ।।

loading...

Leave A Reply

Your email address will not be published.