Breaking

ଅରୁଣାଚଳ ପ୍ରଦେଶ ଭାରତର ନା ଚାଇନାର : ସାଓମି ଉତ୍ତର ଦିଅ

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ନୂଆ ଏକ ବିବାଦ ରେ ସାଓମି। ଚାଇନା ର ଏହି ସ୍ମାର୍ଟ୍ ଫୋନ୍ କମ୍ପାନୀ ନିଜର ପାଣିପାଗ ଆପ୍ କୁ ନେଇ ଏବେ ବିବାଦ ରେ। ଅରୁଣାଚଳ ପ୍ରଦେଶ ଚାଇନା ଅନ୍ତର୍ଭୁକ୍ତ ହେବା ନେଇ ଏବେ ଏହି ଆଗ ଧାଡ଼ି ର ମୋବାଇଲ କମ୍ପାନୀ ଜନତାଙ୍କ ଆକ୍ରୋଶ ର ଶିକାର ହୋଇଛି।

ସୂଚନାଯୋଗ୍ୟ ଯେ ସାଓମୀ ର ପାଣିପାଗ ଆପ୍ ରେ ଅରୁଣାଚଳ ପ୍ରଦେଶ କିମ୍ବା ଇଟାନଗର ର କୌଣସି ଉତ୍ତର ନଥିଲା। ଏଥି ନେଇ ଜଣେ ୟୁ ଟ୍ୟୁବର ଟୁଇଟର ରେ ଟୁଇଟ୍ କରିବା ପରେ ବହୁତ କମ ସମୟ ମଧ୍ୟରେ ଏହି ଟୁଇଟ୍ ଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କିଛି ସମୟ ମଧ୍ୟରେ #xiaomijawabdo ଅଥବା ସାଓମି ଉତ୍ତର ଦିଅ ବୋଲି ଟୁଇଟର ରେ ଟ୍ରେଣ୍ଡ ହୋଇଥିଲା।
ଘଟଣା ଟି ନିରୀକ୍ଷଣ କରିବା ପାରେ ତାହା ସତ୍ୟ ବୋଲି ଆମେ ଜାଣିବାକୁ ପାଇଥିଲୁ। ଅରୁଣାଚଳ ପ୍ରଦେଶ କିମ୍ବା ଇଟାନଗର ର ପାଣିପାଗ ସମ୍ବନ୍ଧ ରେ କୌଣସି ସୂଚନା ମିଳିପାରିନଥିଲା।
ସାଓମି ର ଚାଇନା ସହ ସିଧାସଳଖ ସଂଯୋଗ କୁ ଆଖିରେ ରଖି ଏହି ଘଟଣା ଟି ଗୋଟିଏ ରାଜନୈତିକ ମୋଡ଼ ନେଇଛି। କିଛି ଲୋକ ଏହି ସମସ୍ୟା ର ସମାଧାନ କୁ ନେଇ ପ୍ରଶ୍ନ କରୁଥିବା ବେଳେ ଆଉ କିଛି ଭାରତ ଏବଂ ଚାଇନା ର ସୀମା ବିବାଦ ପରିପ୍ରେକ୍ଷୀରେ ସାଓମୀ ର ଉତ୍ତର ଜାଣିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି।
ଅପରପକ୍ଷରେ ସାଓମୀ ର ଅନ୍ୟ ସ୍ମାର୍ଟ ଫୋନ୍ ୱାନ୍ ପ୍ଲସ ରେ ଏହିପରି କୌଣସି ସମସ୍ୟା ନଥିବା ନେଇ ସ୍ପଷ୍ଟ ହୋଇଛି।

loading...

Leave A Reply

Your email address will not be published.