Breaking

ଶରତ କରଙ୍କ ବିୟୋଗ ରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶୋକ ସଭା

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ସୁସାହିତ୍ୟିକ, ଲେଖକ, ଭାଷ୍ୟକାର, ବାଗ୍ମୀ ତଥା ଉତ୍କଳ ସମ୍ମିଳନୀର ଉପଦେଷ୍ଟା ବରିଷ୍ଠ ନେତା ଶରତ କୁମାର କରଙ୍କ ବିୟୋଗରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଭି ଏସ୍ ଏସ୍ ନଗର ଦୁର୍ଗାପୂଜା ମଣ୍ଡପରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ବ କରି କହିଥିଲେ ଯେ, ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ଶରତ କରଙ୍କର ଅବଦାନ ଅତୁଳନୀୟ। ଶୋକ ସଭାରେ ଉପଦେଷ୍ଟା ନିମାଇଁ ଚରଣ ଦାସ, ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି, ଯୁଗ୍ମ-ସମ୍ପାଦକ ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ଅକ୍ଷୟ କୁମାର ଜେଠୀ, ପ୍ରତାପ କୁମାର ନନ୍ଦ, ମହେଶ୍ୱର ବିଶ୍ଵାଳ, ନିରଞ୍ଜନ ପାତ୍ର, ପ୍ରକାଶ ସାମଲ, ଧୀରେନ୍ଦ୍ର ମହାନ୍ତି ଓ ମନୋଜ କୁମାର ସାହୁ ପ୍ରମୁଖ ଭାଗନେଇ ଶରତ କରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଗୁଣାବଳି ବର୍ଣ୍ଣନା କରିଥିଲେ।

loading...

Leave A Reply

Your email address will not be published.