Breaking

ୱିସ୍ ଏବଂ ବଚପନ ପାରାଡାଇଜ ସ୍କୁଲର ମିଳିତ ସହଯୋଗରେ ପ୍ଲାଷ୍ଟିକ ବନ୍ଦ ଏବଂ କାଗଜ ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର :ସାମାଜିକ ଅନୁଷ୍ଠାନ ୱିସ୍ ଏବଂ ବଚପନ ପାରାଡାଇଜ ସ୍କୁଲର ମିଳିତ ସହଯୋଗରେ ପ୍ଲାଷ୍ଟିକ ବନ୍ଦ ଏବଂ କାଗଜ ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସ୍ୱେଚ୍ଛାସେବୀ ଏବଂ ବଚପନ ପାରାଡାଇଜ ସ୍କୁଲର ଛାତ୍ର ଛାତ୍ରୀ ଓ କର୍ମକର୍ତା ଜନ୍ମାଷ୍ଟମୀ ଅବସରରେ ରସୁଲଗଡ  ସହ ଅନନ୍ୟ କିଛି ଦୋକାନକୁ ଯାଇ ସଚେତନତା କରାଇଥିଲେ । ଛୋଟ ଛୋଟ ପିଲାମାନେ ଲୋକମାନଙ୍କୁ ସଚେତନ କରାଇଥିଲେ ଏବଂ ପେପର ବ୍ୟାଗ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।ୱିସ୍ ଅନୁଷ୍ଠାନର ଅଧ୍ୟକ୍ଷା ଅନୁସୃତା ସିଂହଦେଓ ,ବଚପନ ପାରାଡାଇଜ ସ୍କୁଲର ପ୍ରିନସିପାଲ ବିଜୟାଶ୍ରୀ ସିଂ, ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମକର୍ତା  ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

loading...

Leave A Reply

Your email address will not be published.