Breaking

ରାଜଧାନୀ ବୌଦ୍ଧିକ ସମାବେଶ ତରଫରୁ ଜଳସେବା ର ଶୁଭାରମ୍ଭ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ମହାତ୍ମାଗାନ୍ଧୀ ମାର୍ଗ ରାଜାଛକଠାରେ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୂଲ୍ୟରେ ମୁକ୍ତାକାଶ ପାଠାଗାର ପରିସରରେ ସମାବେଶ ର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ଶତପଥି ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି | ପ୍ରଥମେ ବରିଷ୍ଠ ନାଗରିକ ଶ୍ରୀ କୁମରବର ସାହୁଙ୍କୁ ଜଳପାନ କରାଇଥିଲେ | ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଜଳସେବାକୁ ଉତ୍ସର୍ଗ କରି ମଧୁର ଜଳାର୍ଯ୍ୟ ଯଥେଷ୍ଟ ସଂରକ୍ଷଣ କରିବାକୁ ଉପଦେଶ ଦେଇଥିଲେ | ଆଜି ମୁକ୍ତାକାଶ ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ହେବାନେଇ ସାଧାରଣ ରେ ଚର୍ଚ୍ଚା ହେଉଛି | ଏହି କାର୍ଯ୍ୟକ୍ରମ ରେ ରାଜଧାନୀ ବୌଦ୍ଧିକ ସମାବେଶ ର ସଭାପତି ଶ୍ରୀ କମଳ ଲୋଚନ ବିଶ୍ୱାଳ,ଉପସଭାପତି, ଶ୍ରୀ ସୌଭାଗ୍ୟ ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀ ସେସାଶୀଷ ସାହୁ, ସମ୍ପାଦକ ରାହୁଲ କୁମାର, ଆବାହକ ଶ୍ରୀ ଅଗ୍ନିବେଶ ସ୍ୱାଇଁ, କୋଷାଧକ୍ଷ ଶ୍ରୀ ଶରତ ରାଉତ ଓ ସମସ୍ତ ସଭ୍ୟମାନେ ଉପସ୍ଥିତ ରହିଥିଲେ |

loading...

Leave A Reply

Your email address will not be published.