Breaking

ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର:ତଦନ୍ତ ଅବ୍ୟାହତ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ ସ୍ଥିତ ପାଙ୍ଗାପଦର ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଏକ ପ୍ରେମୀ ଯୁଗଳ ଙ୍କ ମୃତ ଦେହ ଉଦ୍ଧାର କରିଛି ଫିରିଙ୍ଗିଆ ପୋଲିସ । ଘଟଣାରୁ ପ୍ରକାଶ ଯେ, ଗ୍ରାମର କେତେକ ଲୋକ ଜଙ୍ଗଲ ଯିବା ସମୟରେ ଏକ ଗଛ ରେ ଯୁବକ ଯୁବତୀ ଝୁଲୁଥିବା ର ଦେଖି ପୋଲିସ କୁ ଖବର ଦେଇଥିଲେ । ଫିରିଙ୍ଗିଆ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚି ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା କୁ ପଠାଇ ଘଟଣା ର ତଦନ୍ତ ଅବ୍ୟାହତ ରଖିଛି । ପ୍ରେମ ବିବାହ କୁ ନେଇ ପରିବାର ଲୋକ ବିରୋଧ କରିଥିବେ ଯାହା ଫଳରେ ଏ ଦୁହେଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ମୃତକ ଯୁବକ ଯୁବତୀ ଦୁଇଜଣ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ କହିଛି । ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ଏସ ଏସ ରାଓ କହିଛନ୍ତି ।

loading...

Leave A Reply

Your email address will not be published.