Breaking

ବୀର ସୁରେନ୍ଦ୍ର ସାଏ ଯୁବ ବିକାଶ ପରିଷଦ କର୍ମକର୍ତାଙ୍କ ନିଆରାପ୍ରୟାସ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଲକ୍ଡାଉନ ହଉକି ସଟଡାଉନ୍ ସଦାସର୍ବଦା ଜନ ସାଧାରଣଙ୍କ ପାଖରେ ପହଞ୍ଚି ସାହାଯ୍ୟର ହାତ ବଢାଇଛନ୍ତି ବୀର ସୁରେନ୍ଦ୍ର ସାଏ ଯୁବ ବିକାଶ ପରିଷଦର କର୍ମକର୍ତା।ବର୍ତମାନ ପରିସ୍ଥିତିରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ବୀର ସୁରେନ୍ଦ୍ରସାଏ ନଗର ମଧ୍ୟ ଏହିଠାରୁ ବାଦ୍ ପଡିନି।ଦିନକୁ ଦିନ ବଢୁଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା।ଏହାକୁ ଦୃଷ୍ଟିରେ ରଖି ଯୁବ ପରିଷଦ ପକ୍ଷରୁ ନିଜସ୍ବ ପ୍ରାୟାସରେ ସ୍ଥାନୀୟ ଅଞ୍ଚଳ ସଂପାଦକ ଶ୍ରୀ ଦୀପକ ବାରିକ୍ ଙ୍କ ନେତୃତ୍ବରେ ସାନିଟାଇଜ୍ କରାଯାଉଛି।ଆଗାମୀ ଦିନରେ ପରିଷଦ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ବୋଲି ଶ୍ରୀ ଦୀପକ ମତପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପରିଷଦର ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରୁଛନ୍ତି।

loading...

Leave A Reply

Your email address will not be published.