Breaking

କରୋନାରୁ ସୁସ୍ଥ ହେଲେ ଯୁବ ସମାଜସେବୀ ମିଲନ୍ ପାଇକରାୟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସାରା ବିଶ୍ୱ ଏବେ କରୋନା ପାଇଁ ସ୍ତବ୍ଧ ହୋଇଯାଇଛି । ଏହି କରୋନା ମହାମାରୀରେ ଅନେକ ଲୋକ ମୃତ୍ୟୁ ହେବା ସହ ଅନେକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ସେହିପରି ଭାବେ ସାରା ଭୁବନେଶ୍ୱରର ବହୁ ପରିଚିତ ଯୁବ ସମାଜ ସେବୀ ମିଲନ୍ ପାଇକରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେଥିପାଇଁ ସେ ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥ, ମହାବୀର ଓ ସାଇନାଥଙ୍କ ନିକଟରେ ଚିରଋଣୀ ହେବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଭୂମିକାରେ ଦାୟିତ୍ୱ ସମ୍ପାଦନା କରୁଥିବା ପ୍ରଶାସକ ମାନଙ୍କୁ ଧନ୍ୟବାଦ ଦେବା ସହ ସେଠାରେ ଡ଼ାକ୍ତର, ନର୍ସ ମାନଙ୍କ ବ୍ୟବହାର, ସେବା ଓ ସରକାରଙ୍କ ତରଫରୁ ହୋଇଥିବା ସୁବ୍ୟବସ୍ଥା ଯୋଗୁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର, ନୂଆସାହି, ବାଲିତୋଟା ସାହି ଓ ଏହାର ଆଖପାଖ ଅଞ୍ଚଳରେ ଶ୍ରୀ ପାଇକରାୟ ବେଶ୍ ପରିଚିତ । ସେ ଧନୀ ଗରିବ, ରାତି ଦିନ କିଛି ବିଚାର ନକରି ଯିଏ ଯେଉଁ ମୁହୁର୍ତ୍ତରେ ତାଙ୍କୁ ଖୋଜିଛି, ସେ କିଛି ବାଛବିଚାର ନକରି ଲୋକ ମାନଙ୍କ ପାଖରେ ଉପସ୍ଥିତ ହୋଇଯାଆନ୍ତି । ଏଥିପାଇଁ ସମସ୍ତ ଜନସାଧାରଣ ସେମାନଙ୍କ ହୃଦୟରେ ତାଙ୍କୁ ସ୍ଥାନ ଦେଇଛନ୍ତି । ଯାହା ଫଳରେ ଗତ ବି.ଏମ୍‌.ସି. ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଦ୍ୱିତୀୟ ସ୍ଥାନ ଅଧିକାର କରି ନିକଟତମ ପ୍ରତିଦ୍ୱନ୍ଦୀଙ୍କଠାରୁ ଅଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଲଗ୍‌ଡ଼ାଉନ୍ ଠାରୁ ଆରମ୍ଭ କରି ସେ କୋଭିଡ଼ ହସ୍ପପିଟାଲ୍‌ଙ୍କୁ ଚିକିତ୍ସା ପାଇଁ ଯିବା ପୂର୍ବରୁ ସେ ଦୁଇ ତିନି ପର୍ଯ୍ୟାୟରେ ବସ୍ତି ବାସିନ୍ଧା ଭାଇ ଭଉଣୀ ଓ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ନିଜସ୍ୱ ତରଫରୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ମାସ୍କ, ସାବୁନ୍ ପ୍ରଦାନ କରିବା ସହ ପ୍ରତ୍ୟେକ ଘର ବୁଲି ବୁଲି ସାନିଟାଇଜ୍ ମଧ୍ୟ କରିଛନ୍ତି । ତା ସହିତ ମଧ୍ୟ ବିଧାୟକଙ୍କୁ ଲିଖିତ ଅନୁରୋଧ କରି ୱାର୍ଡ଼ ନଂ୩୯ର ନୂଆସାହି ଓ ଶାସ୍ତ୍ରୀନଗରରେ ଦୁଇଟି ଅସ୍ଥାୟୀ କୋଭିଡ଼୍ ଟେଷ୍ଟିଂ କ୍ୟାମ୍ପ କରିବା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ସାନିଟାଇଜ୍ ମଧ୍ୟ କରିଛନ୍ତି । ଏଥିପାଇଁ ନିଜ ତରଫରୁ ଓ ଅଞ୍ଚଳବାସୀଙ୍କ ତରଫରୁ ବିଧାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । କୋଭିଡ଼୍ ସମୟରେ ଅଞ୍ଚଳବାସୀଙ୍କ ପାଇଁ ବହୁ କାମ କଲାପରେ ଅଜାଣତରେ କାହା ସାମାନ୍ୟତ୍ତମ ସଂସ୍ପର୍ଶରେ ଆସି ନିଜେ କରୋନା ଆକ୍ରାନ୍ତ ହୋଇଥିଲେ, କିନ୍ତୁ ବି.ଏମ୍‌.ସି. ପକ୍ଷରୁ ତାଙ୍କୁ ଫୋନ୍ କରି କୁହାଯାଇଥିଲା ଯେ ହୋମ୍ ଆଇସୋଲେସନ୍ ରହି ଚିକିତ୍ସା ହେବା ପାଇଁ । କିନ୍ତୁ ତାଙ୍କ ପାଇଁ ତାଙ୍କ ପରିବାର କିମ୍ବା ପାଖ ପଡ଼ୋଶୀ କାହାର ବି କିଛି ଅସୁବିଧା ନହେଉ ସେଥିପାଇଁ ସେ କୋଭିଡ଼୍ ସେଣ୍ଟରକୁ ଯିବାପାଇଁ ବି.ଏମ୍‌.ସି କୁ ଅନୁରୋଧ କରି ହାଇଟେକ୍‌ର କୋଭିଡ଼୍ କେୟାର ସେଣ୍ଟରଙ୍କୁ ଯାଇଥିଲେ । ସେ ଚିକିତ୍ସାଧିନ ସମୟରେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରି ଫୋନ୍‌, ହ୍ୱାଟ୍ସଆପ୍ ଗ୍ରୁପ୍ ଓ ନିଜସ୍ୱ ହ୍ୱାଟ୍ସଆପ୍‌ରେ ସମବେଦନା ଜଣାଇଥିବା ଅଞ୍ଚଳ ଓ ଅଞ୍ଚଳ ବାହାରର ସମସ୍ତ ଜନସାଧରଣଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ପୁର୍ନବାର ଲୋକମାନଙ୍କର ସେବା କରିବା ଜାରି ରଖିବେ ବୋଲି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି । ଯେକୌଣସି ଘଟଣାର ସତ୍ୟାସତ୍ୟ ନଥାଇ ଅଯଥା କୌଣସି ବ୍ୟକ୍ତିଙ୍କ ନାମରେ ମିଥ୍ୟା ଅପପ୍ରଚାର ନ କରିବା ପାଇଁ ଅଞ୍ଚଳର କିଛି କୁଚକ୍ରି ଓ ରାଜନୈତିକ ଗୋଷ୍ଠୀକୁ ଶ୍ରୀ ପାଇକରାୟ ଅନୁରୋଧ କରିଛନ୍ତି ।

loading...

Leave A Reply

Your email address will not be published.