Breaking

ଭି.ଏସ୍.ଏସ୍ ନଗରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କୋଭିଡ-୧୯ ବର୍ତ୍ତମାନ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହି ମୁହୂର୍ତ୍ତରେ ସାଧାରଣ ଲୋକଙ୍କର ଜୀବନ ବଞ୍ଚଇବାକୁ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ କରୋନାର ମୁକାବିଲା ପାଇଁ ଆଗେଇ ଆସିଛନ୍ତି । ଯେଉଁ ମାନଙ୍କୁ ସମଗ୍ର ବିଶ୍ୱ ଆଜି କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରୁଛି । ସେଥିମଧ୳ରୁ ପୋଲିସ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଜି ଏହି ଯୋଦ୍ଧାମାନଙ୍କୁ “ଜୟ ମା’ ୟୁଥ୍ ” କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ଜୟ ମା’ ୟୁଥ୍ କ୍ଲବ୍ ର କର୍ମକର୍ତାମାନେ ଭି. ଏସ୍. ଏସ୍ ନଗରରେ ଥିବା ପୋଲିସ୍ ଫାଣ୍ଡିର କର୍ତଵ୍ୟରତ ପୋଲିସ୍ ଅଧିକାରୀ ଚିତ୍ତରଞ୍ଜନ ରାଉତଙ୍କ ସହ ଅନ୍ୟ ସମସ୍ତ ଫାଣ୍ଡି କର୍ମଚାରୀଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ କ୍ଲବ୍ ସଭାପତି ଦୀପକ ନାଏକ, ସୌମ୍ୟରଞ୍ଜନ ପ୍ରଧାନ, ନଳିନୀକାନ୍ତ ବହେରା, ଅକ୍ଷୟ ସ୍ୱାଇଁ , ସର୍ଵଜୀତ ସାହୁ ଓ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

loading...

Leave A Reply

Your email address will not be published.