Breaking

ଆଜିଠୁ ପ୍ରେମ ସପ୍ତାହ ଆରମ୍ଭ,ସରପ୍ରାଇଜ ପ୍ଲାନିଂରେ ବ୍ୟସ୍ତ ଯୁବପିଢି

0

ଭୁବନେଶ୍ବର(ବିଦ୍ୟାଧର ବାରିକ): ଭାଲେଣ୍ଟାଇନ୍ସ ଡ଼େ’। ଏହି ଦିନଟି ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍ ଦିନଟିଏ ହୋଇଥାଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାମାନ୍ୟ ବା ସାଧାରଣ ହୋଇଥାଇପାରେ ହେଲେ ପ୍ରେମୀମାନଙ୍କ ପାଇଁ ପ୍ରତୀକ୍ଷାର ଦିନଟିଏ। ଦୀର୍ଘ ଏକ ବର୍ଷର ପ୍ରତୀକ୍ଷା ପରେ ପୁଣି ଏହି ଦିନ ଆସୁଅଛୁ। ଆଜି ଠାରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପ୍ରେମର ମାସ ଫେବୃୟାରୀରେ ପ୍ରେମର ଏହି ସପ୍ତାହକୁ ଅଭୁଲା ଓ ସ୍ମରଣୀୟ କରିବାକୁ ଲାଗିପଡ଼ିଛନ୍ତି କଲେଜ ପଢ଼ୁଆ ଯୁବପିଢ଼ି। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡ଼େ’ ଏବଂ ଏହି ମାସର ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଦିନକୁ ଭାଲେଣ୍ଟାଇନ୍ ୱିକ୍ ବା ପ୍ରେମ ସପ୍ତାହଭାବେ ପାଳନ କରିବାନେଇ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି।

ଯାହାନେଇ ବିଭିନ୍ନ କଲେଜ୍ ଅଗେରେ ମେଳା ଜମୁଛି। ପ୍ରତ୍ୟେକ ମୁହୂର୍ତ୍ତ ଓ ଦିନକୁ ନିଜ ମନର ସ୍ପେସାଲ୍ ମଣିଷଟି ପାଇଁ କିଏ କେତେ ସ୍ପେଶାଲ କରିପାରିବ ସେଥିପାଇଁ ଗାଲିଛି ପ୍ରତିଯୋଗିତା। ଭାଲେଣ୍ଟାଇନ୍ସ ଡ଼େ’ ସପ୍ତାହେ ପୂର୍ବରୁ ଫଲ ଦୋକାନ, କେକ୍ ଶପ୍, ଗିଫ୍ଟ ସେଣ୍ଟର, ଶପିଂ ମଲ୍, ସିନେମା ହଲ୍, ସବୁଠି ଦେଖିବାକୁ ମିଳୁଛି ପ୍ରେମୀଯୁଗଳଙ୍କ ଭରପୁର ଗହଳି। କିଏ ଗିପ୍ଟ ଓ କାର୍ଡ଼ରେ କାମ ଚଳାଇ ଦେଉଛି ତ କିଏ ସରପ୍ରାଇଜ୍ ପ୍ଲାନିଂ କରି ନିଜ ପ୍ରେମିକା ଓ ପ୍ରେମିକକୁ ଖୁସି କରିବାକୁ ଚାହୁଁଛି। ସେହିପରି କେତେକଙ୍କ ପାଇଁ ଏହି ସପ୍ତାହ ବା ଦିନ କୌଣସି ଗୁରୁତ୍ବ ରଖୁନି। ପ୍ରେମରେ ପ୍ରତ୍ୟେକ ଦିନ ଭାଲେଣ୍ଟାଇନ୍ସ ଡ଼େ’ ବୋଲି ସେମାନେ କହୁଛନ୍ତି। ହେଲେ ଏହାପରେ ବି ରାଜଧାନୀରେ ଭାଲେଣ୍ଟାଇନ୍ ୱିକ୍ ପାଇଁ କିଛି କମ୍ ଉତ୍ସାହ ଦେଖିବାକୁ ମିଳୁନି। ଖାସକରି କିଟ୍ ଓ ସୋଆ ବିଶ୍ବ ବିଦ୍ୟାଳୟ ନିକଟ ସପ୍ ଗୁଡ଼ିକରେ ଭଲ ଭିଡ଼ ଜମେ ପ୍ରେ‌ମି ଯୁଗଳମାନଙ୍କର। ନିଜ ଭାବି ଜୀବନସାଥୀଙ୍କୁ ସରପ୍ରାଇଜ୍ ରେ କେଉଁଠାକୁ ବୁଲାଇବାକୁ ନେବେ, କ’ଣ ଉପହାର ଦେବେ ଓ କେଉଁଠି ବସି ରୋମାଣ୍ଟିକ୍ କ୍ୟାଣ୍ଡେଲ୍ ନାଇଟ୍ ଡ଼ିନର କରିବେ। ସେଥିପାଇଁ ଚାଲେ ପ୍ଲାନିଂ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଥିବା ଆର୍ଚିସ୍ ଗିପ୍ଟ ସେଣ୍ଟର୍ ଏବଂ ସିଜିନ୍ ସେଣ୍ଟର୍ ଗୁଡ଼ିକ ମଧ୍ୟ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ଏହି ୭ଦିନ ଭିତରେ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ଜମାଇ ରଖିଛନ୍ତି।

ଭାଲେଣ୍ଟାଇନ୍ ୱିକ୍ ଅବସରରେ ଫେବୃୟାରୀ ୭କୁ ରୋଜ୍ ଡ଼େ’, ୮କୁ ପ୍ରପୋଜ ଡ଼େ, ୯କୁ ଚକୋଲେଟ୍ ଡ଼େ, ୧୦କୁ ଟେଡ଼ି ଡ଼େ, ୧୧କୁ ପ୍ରମିଜ ଡ଼େ, ୧୨କୁ ହଗ୍ ଡ଼େ, ୧୩କୁ କିସ୍ ଡ଼େ ଓ ୧୪ତାରିଖରେ ଭାଲେଣ୍ଟାଇନ୍ ଡ଼େ’ ବା ପ୍ରେମ ଦିବସଭାବେ ପାଳନ କରାଯାଏ। ଏପରି ଦିନକୁ ବଜରଙ୍ଗ ଦଳ ଓ ଅନ୍ୟ କିଛି ଯୁବ ଗୋଷ୍ଠୀ ବାରଣ କରୁଥିଲା ବେଳେ ଅନେକ ବାଧାକୁ ପ୍ରତ୍ୟାକ୍ଷାନ ନକରି ପ୍ରେମୀ ଯୁଗଳ ପାଳନ୍ତି ଭାଲେଣ୍ଟାଇନ୍ ଡ଼େ’। ଅପରପକ୍ଷରେ ଏପରି ଦିନ କୁ ନେଇ ଅନେକ ବିବାଦ ଦେଖାଯାଉଥିବା ବେଳେ ଦିନକୁ ଦିନ ଏହି ସଭ୍ୟତା କେବଳ ସହରରେ ସିମିତ ହୋଇ ଆଉନାହିଁ ଧିରେ ଧିରେ ଗ୍ରାମାଞ୍ଚଳରେ ମଧ୍ୟଥିବା ଛୋଟ ଛୋଟ ଶିକ୍ଷାନୁଷ୍ଠାନ ଓ ଗ୍ରାମର ଯୁବକ ଯୁବତୀ ଏହି ଦିବସକୁ ମନଖୋଲି ପାଳନ କରୁଛନ୍ତି।

loading...

Leave A Reply

Your email address will not be published.