Breaking

ଆଜି ଦିବଂଗତ ନେତା ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା

0

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିସର୍ଜନ ହେବ। ଦେଶର ବିଭିନ୍ନ ନଦୀରେ ହେବାକୁ ଥିବା ଏହି ଅସ୍ଥି ବିସର୍ଜନର ଆରମ୍ଭ ହରିଦ୍ୱାରର ଗଙ୍ଗାନଦୀରେ ହେବ।ଏଥିପାଇଁ ବାଜପେୟୀଙ୍କ ଝିଅ ନମିତା ଓ ନାତୁଣୀ ନିହାରିକା ସ୍ମୃତି ସ୍ଥଳରୁ ଅସ୍ଥି ସଂଗ୍ରହ କରିଛନ୍ତି । ଏହି କଳସ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସଂହ ପ୍ରମୁଖ ସାମିଲ ହେବେ ।ପାଖାପାଖି ୫ ହଜାର କର୍ମକର୍ତ୍ତା ଏହି କଳସ ଯାତ୍ରାରେ ଯୋଗ ଦେବେ । ଦେଶର ୧୦୦ଟି ପବିତ୍ର ନଦୀରେ ଅସ୍ଥି ବିସର୍ଜନ ହେବ । ଉତ୍ତରପ୍ରଦେଶରୁ ୧୮ଟି କଳସ ଯାତ୍ରା ବାହାରିବ । ରାଜ୍ୟର ବିଭିନ୍ନ ପବିତ୍ର ନଦୀରେ ଏହି ଅସ୍ଥି ବିସର୍ଜନ ହେବ ।

You May Like Here:

           ⇓ 

loading...

Leave A Reply

Your email address will not be published.