Breaking

୩ ବର୍ଷରେ ‘ଉତ୍କଳ କନିକା ଗ୍ୟାଲେରିଆ ମଲ୍‌’

0

ଭୁବନେଶ୍ୱର: କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌’ର ତୃତୀୟ ବାର୍ଷିକ ଉତ୍ସବ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମେୟର୍ ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବେ ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ, ଟ୍ରାଫିକ୍ ଡ଼ିସିପି ଠାକୁର ପ୍ରସାଦ ପାତ୍ର, ସମାଜସେବୀ ଲିଙ୍କନ ସୁବୁଦ୍ଧି, ପିନାକୀ ମହାନ୍ତି ଓ ଚିଦାତ୍ମିକା ଖଟୁଆ ଯୋଗଦେଇଥିଲେ । ଗତ ୩ ବର୍ଷ ମଧ୍ୟରେ ଭୁବନେଶ୍ୱରର ଏହି ମଲ୍ ଏକ ଅଗ୍ରଣୀ ଭାବେ ପରିଚିତ ହୋଇପାରିଛି । ମଲ୍ ପକ୍ଷରୁ ବିଭିନ୍ନ ପ୍ରକାର ସିଏସ୍‌ଆର୍ ଆକ୍ଟିଭିଟି କାର୍ଯ୍ୟକ୍ରମ କରାଯାଇଛି । ସାଇକ୍ଲୋଥନ, ମିନି ମାରାଥନ୍‌, ବାଇକ୍ ରାଇଡ଼ିଂ, ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ, ରଜ ଉତ୍ସବ, ଦଶହରା ଏବଂ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ଲୋକ ଯୋଡ଼ି ହୋଇଛନ୍ତି । ମଲ୍‌ର ବାର୍ଷିକ ଉତ୍ସବ ଉପଲକ୍ଷେ ଗରିବ ଲୋକଙ୍କୁ ଶୀତବସ୍ତ୍ର ବନ କରାଯାଇଥିଲା । ସବୁଠୁ ବଡ଼ କଥା ହେଲା ଏଠାରେ ୭୦ରୁ ଅଧିକ ଜାତୀୟ ଏବଂ ଆର୍ନ୍ତଜାତୀୟ ବ୍ରାଣ୍ଡ୍‌ର ଷ୍ଟୋର ସହ ଭଳିକି ଭଳି ଖାଦ୍ୟର ଆଉଟ୍‌ଲେଟ୍ ଖୋଲିଛି ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ବୁଲିବାକୁ ଆସି ନୂଆ ଅନୁଭୂତି ସାଉଁଟିଛନ୍ତି । ଆଗାମୀ ଦିନରେ ଏହି ମଲ୍‌ରେ ପିଭିଆର୍ ଖୋଲାଯିବାର ଯୋଜନା ରହିଛି । ବାର୍ଷିକ ଉତ୍ସକ କାର୍ଯ୍ୟକ୍ରମରେ ଉତ୍କଳ ବିଲ୍‌ଡ଼ର୍ ପ୍ରତିଷ୍ଠାତା ସୁବାଷ ଭୁରା, ପ୍ରକାଶ ଭୁରା, ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ, ନିର୍ଦ୍ଦେଶକ ରାକେଶ ଭୁରା ଏବଂ ଅମିତ୍ ବୈଦ ମଲ୍‌ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.