Breaking

କରୋନାର କବଳରେ ଖାଦ୍ୟ ଉପଲବ୍ଧତା ଜରୁରୀ: ଉମେଶ ଖଣ୍ଡେଲ୍ଓ୍ବାଲ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିଗତ କିଛି ଦିନରେ ରୋଗୀ ସଂଖ୍ୟାରେ ଅଭିବୃଦ୍ଦି ହାରକୁ ବିଚାରକୁ ନେଇରାଜ୍ୟରେ କରୋନାର ବିଦ ହ୍ରାସ ପାଇ ନାହି।ତୃତୀୟ ଲକ୍ଡାଉନ୍ ରେ ମଧ୍ୟ ସ୍ଥିତି ସୁଧୁରିନି।କାମଧନ୍ଦା ବନ୍ଦ ଯୋଗ ବହୁତ୍ ଲୋକ ବିନା ଉପାର୍ଜନରେ ଭୋକରେ ରହିବାକୁ ବାଧ୍ୟ ହେଉଛନ୍ତି।ଏପରି ସମୟରେ ଭୂବନେଶ୍ବରକୁ କ୍ଷ୍ୟୁଧାମୁକ୍ତ ସହର ଭାବେ ଦେଖିବାର ସଂକଳ୍ପ ନେଇ କାର୍ଯ୍ୟ କରିଚାଲିଛନ୍ତି ଉମେଶ ଖଣ୍ଡେଓ୍ବାଲ।ବିଗତ ୪୨ ଦିନ ଧରି ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରି ଆସୁଛନ୍ତି ସେ ଓ ତାଙ୍କ ଟିମ୍।ଏହି ସଦସ୍ୟ ମାନେ ଭୂବନେଶ୍ବର ମହାନଗର ନିଗମ ସହ ମିଶି ବିତରଣ କାର୍ଯ୍ୟରେ ସହଯୋଗ କରୁଛନ୍ତି।ଅଦ୍ୟାବଧି ୮୦ ହଜାର ଲୋକଙ୍କ ପାଖରେ ପହଞ୍ଚିସାରିଛି ଏହି ପ୍ରୟାସ।ଆଗକୁ ଏ କାର୍ଯ୍ୟକ୍ରମ ଜାରି ରହିବ ଓସବୁ ସାମାଜିକ ସଂଗଠନ ଏବଂ ବ୍ୟକ୍ତିବିଶେଷ ସମ୍ମିଳିତ ହୋଇ ନିଜ ନିଜ କ୍ଷେତ୍ରରେ ଆପଣାର ସାମର୍ଥ୍ୟତା ଅନୁସାରେ ସାମାଜିକ ଉତ୍ତରଦାୟିତ୍ବ ନିର୍ବାହ କରିବାକୁ ଶ୍ରୀଖଣ୍ଡେଲଓ୍ବାଲ ନିବେଦନ କରିଛନ୍ତି।

loading...

Leave A Reply

Your email address will not be published.