Breaking

ଆମ୍ବୁଲାନ୍ସ କୁ ବାଟ ଦେବା ପାଇଁ ଦଉଡ଼ିଲେ ଟ୍ରାଫିକ ପୋଲିସ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ସୋମବାର ଦିନ ହାଇଦ୍ରାବାଦ ର ବ୍ୟସ୍ତ ବହୁଳ ରାସ୍ତାରେ ଗୋଟିଏ ଆମ୍ବୁଲାନ୍ସ କୁ ବାଟ କଢ଼ାଇବା ପାଇଁ ଜଣେ ଟ୍ରାଫିକ ପୋଲିସ ଦୌଡୁ ଥିବାର ଦେଖିବାକୁ ମିଳିଥିଲା। ଟ୍ରାଫିକ କନେଷ୍ଟବଳ ଜି ବାବଜି ଅବିଦ୍ ଠାରୁ କୋଟି ରୋଡ ପର୍ଯ୍ୟନ୍ତ ପାଖାପାଖି ଦୁଇ କିମି ବାଟ ଦଉଡ଼ି ଆମ୍ବୁଲାନ୍ସ କୁ ବାଟ କଢ଼େଇ ନେଇଥିଲେ। ଅଧିକାଂଶ ଦୁଇ ଚକିଆ ଚାଳକ ଙ୍କୁ ବାଟ ଛାଡ଼ିବା ପାଇଁ ଅନୁରୋଧ କରୁଥିଲେ ସେ। ତେବେ ଏ ନେଇ ହାଇଦ୍ରାବାଦ ପୋଲିସ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ସେୟାର କରିବା ପରେ ଏହି ଘଟଣା ଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଜି ବାବଜିଙ୍କୁ ଅଧିକାରୀ, ଜନସାଧାରଣ ଏବଂ ଇଣ୍ଟରନେଟ୍ ବ୍ୟବହାରକାରିଙ୍କ ଠାରୁ ଯଥେଷ୍ଟ ପ୍ରଶଂସା କରାଯାଉଛି। କିଛି ଲୋକ ପୋଲିସଙ୍କ ଏହିପରି କାର୍ଯ୍ୟ କୁ ପ୍ରଶଂସା କରିବା ସହ ଆଉ କିଛି ଲୋକ ଏହି କାର୍ଯ୍ୟ ଜନସାଧାରଣଙ୍କୁ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଛନ୍ତି।

loading...

Leave A Reply

Your email address will not be published.