Breaking

ସରିଲା ଚକ୍‌ଲେଟ୍‌ ଡେ’; ଆଜି ଟେଡ୍ଡି ଡେ’ : ଝିଅଙ୍କ ପସନ୍ଦ ଟେଡ୍ଡି

0

ଭୁବନେଶ୍ୱର(ସତ୍ୟଜିତ୍ ରାଉତ୍): ସୁନ୍ଦର ଟେଡ୍ଡିଟିଏ ଦେଖିଲେ, କାହା ମନ ବି ଖୁସି ନ ହେବ। କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଟେଡ୍ଡି ଦେଖିଲେ କିଛି ସମୟ ପାଇଁ ସଭିଙ୍କ ମନ ଖୁସିରେ ନାଚି ଉଠେ। ତାହାକୁ ଜାବୁଡ଼ି ଧରିବାକୁ ଇଚ୍ଛା ହୁଏ। ନିଜର ଭଲ ପାଉଥିବା ମଣିଷକୁ ଟେଡ୍ଡି ଦେବା ପରମ୍ପରା ବହୁ ଦିନରୁ ଆରମ୍ଭ ହେଲାଣି। ଯେହେତୁ ମନ ଖୁସି କରାଇବା ପାଇଁ ଟେଡ୍ଡି ଏକ ମାଧ୍ୟମ, ସେଥିପାଇଁ ଭାଲେଣ୍ଟାଇନ୍‌ ସପ୍ତାହରେ ଚତୁର୍ଥ ଦିନ ଅର୍ଥାତ ରବିବାର ପଡ଼ୁଛି ‘ଟେଡ୍ଡି ଡେ’। ଖାସ୍‌ କରି ନିଜ ପ୍ରେମିକାକୁ ଖୁସି କରାଇବା ପାଇଁ ପ୍ରେମିକମାନେ ଟେଡ୍ଡି ଉପହାର ଦେଇ ଦିନଟିକୁ ପାଳନ କରିବେ। ଅନ୍ୟ ଦାମୀ ଉପହାର ଅପେକ୍ଷା ଟେଡ୍ଡି ଉପହାରର ସ୍ୱତନ୍ତ୍ରତା ରହିଛି ବୋଲି ଯୁବ ପିଢ଼ିଙ୍କ ମତ। ଖାସ୍‌ ଭାଲେଣ୍ଟାଇନ ଡେ’ ପାଇଁ ବଜାରକୁ ବିଭିନ୍ନ ରଙ୍ଗ ଓ ଡିଜାଇନର ଟେଡ୍ଡି ଆସିଛିି। କାଲି ରାଜଧାନୀର ନାମୀଦାମୀ ଦେକାନ ଓ ମଲ୍‌ରେ ବଡ଼ ବଡ଼ ଟେଡ୍ଡି କିଣିବାକୁ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ଅଫର୍‌ ବି ଦିଆଯାଉଥିଲା। ସୁନ୍ଦର ଟେଡ୍ଡି ଉପହାର ଦେଇ ପ୍ରେମିକାକୁ ଆହୁରି ନିକଟତର କରିବାର ସୁଯୋଗକୁ ପ୍ରେମିକମାନେ ହାତଛଡ଼ା କରିବାକୁ ପ୍ରସ୍ତୁତ ନ ଥିଲେ। କେବଳ ପ୍ରେମ କରୁଥିବା ଯୁବକ-ଯୁବତୀ ନୁହେଁ, ନିଜର ଭଲ ପାଉଥିବା ଯେ କୌଣସି ମଣିଷକୁ ଟେଡ୍ଡି ଉପହାର ଦେବା ପାଇଁ ବି ଏହା ଏକ ସୁଯୋଗ ସୃଷ୍ଟି କରିଛି।

ଭାଲେଣ୍ଟାଇନ୍‌ ସପ୍ତାହର ତୃତୀୟ ଦିନରେ ଅର୍ଥାତ କାଲି ‘ଚକଲେଟ୍‌ ଡେ’କୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଥିଲେ ଯୁବପିଢ଼ି। ଚକ୍‌ଲେଟ୍‌ ଝିଅଙ୍କ ବହୁତ ପସନ୍ଦ ହୋଇଥିବାରୁ ପ୍ରେମିକମାନେ ନିଜ ପ୍ରେମିକାକୁ ଚକଲେଟ୍‌ ଦେଇ ଖୁସି କରିବାକୁ ଚେଷ୍ଟା କରିଥିଲେ। ପୁଣି ନିଜ ଭିତରେ ଥିବା ପିଲାଳିଆମିକୁ ପ୍ରକାଶ କରିବାର ମଧ୍ୟ ଚକ୍‌ଲେଟ୍‌ ଏକ ମାଧ୍ୟମ ଥିଲା ବୋଲି ଅନେକ ପ୍ରେମିକା ପ୍ରେମିକା ମତ ଦେଇଥିଲେ।

loading...

Leave A Reply

Your email address will not be published.