Breaking

ଆଜି ସରସ୍ୱତୀ ପୂଜା: ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜା ପାଇଁ ବିଶେଷ ଆୟୋଜନ

0

ଭୁବନେଶ୍ୱର: ଆଜି ହେଉଛି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ। ମା’ଙ୍କ ଆବାହନ ପାଇଁ ବିଭିନ୍ନ ସ୍କୁଲରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ସ୍କୁଲ କଲେଜ ଏବଂ ମଣ୍ଡପରେ ମଧ୍ୟ ବିଦ୍ୟାଦାତ୍ରୀଙ୍କ ପୂଜା ପାଇଁ ସ୍ୱତନ୍ତ୍ର ପୂଜା ପାଠର ଆୟୋଜନ କରାଯାଇଛି। ଆଜି ସ୍କୁଲ କଲେଜ ସହ ବିଭିନ୍ନ ପୂଜା ମଣ୍ଡପ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜା ପାଇବେ ମା ସରସ୍ୱତୀ। ରାଜଧାନୀରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ତେବେ ଚଳିତ ବର୍ଷ ଓଡ଼ିଆ କାରିଗରୀଙ୍କ ମୂର୍ତ୍ତୀ ଅପେକ୍ଷା କୋଲକାତାରୁ ଆସିଥିବା ମୂର୍ତ୍ତୀର ଚାହିଦା ଅଧିକ ରହିଥିବା ଜଣାପଡ଼ିଛି।

loading...

Leave A Reply

Your email address will not be published.