Breaking

ଆଜି ମହାଶିବରାତ୍ରୀ : ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

0

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ମହାଦେବଙ୍କୁ ଦର୍ଶନ କରି ଉଜାଗର ରହିବେ ଶ୍ରଦ୍ଧାଳୁ। ସକାଳେ ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଯାଇ ମହାଦେବଙ୍କ ଦର୍ଶନ କରୁଛନ୍ତି। ଶିବରାତ୍ରୀ ପାଇଁ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଜାଗର ପାଇଁ ଆଲୋକମାଳାରେ ଝଲସୁଛି ଲିଙ୍ଗରାଜ ମନ୍ଦିର। ଭକ୍ତମାନେ ଯେମିତି ଶୃଙ୍ଖଳିତ ଭାବେ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ, ସେଥିଲାଗି ମନ୍ଦିରରେ ସ୍ୱତନ୍ତ୍ର ବ୍ୟାରିକେଟ୍ କରାଯାଇଛି। ଏହାସହ ମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର କହିଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଡିସିପି ଅନୁପ୍ କୁମାର ସାହୁ କହିଛନ୍ତି।
କଟକ ଜିଲ୍ଲାର ଆଠଗଡ଼ ଧବଳେଶ୍ୱର ପୀଠ ଓ ସମ୍ୱଲପୁର ଜିଲ୍ଲାର ହୁମାରେ ଥିବା ପ୍ରସିଦ୍ଧ ବକ୍ର ଶିବ ମନ୍ଦିରରେ ମଧ୍ୟ ଜାଗର ଯାତ୍ରା ଲାଗି ପ୍ରସ୍ତୁତି ସରିଯାଇଛି।
ସେହିପରି ପୁରୀ ଲୋକନାଥ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ପ୍ରଭୁ ଚନ୍ଦ୍ରଶେଖର ତଥା ଭଣ୍ଡାର ରକ୍ଷକ ଲୋକନାଥ ଦେବ ଲୋକନାଥ ମନ୍ଦିରକୁ ବିଜେ କରିବାର ପରମ୍ପରା ରହିଛି।

loading...

Leave A Reply

Your email address will not be published.