Breaking

ଆଜି ପବିତ୍ର ଜନ୍ମାଷ୍ଟମୀ ! ସାରା ଦେଶରେ କୃଷ୍ଣମୟ ପରିବେଶ

0

ଭୁବନେଶ୍ୱର : ଆଜି ପବିତ୍ର ଜନ୍ମାଷ୍ଟମୀ ।ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଓ ସାରା ଦେଶରେ ପାଳନ କରାଯିବ କୃଷ୍ଣ ଜନ୍ମ । ସାରା ରାଜ୍ୟ ଉତ୍ସବ ମୁଖର । ଚଳଚଞ୍ଚଳ ବିଭିନ୍ନ ମନ୍ଦିର । ଭଗବାନ କୃଷ୍ଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ମଥୁରା, ବୃନ୍ଦାବନ, ଦ୍ୱାରକା, ଦିଲ୍ଲୀ ସମେତ ସାରା ଦେଶ ପାଳୁଛି ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଜନ୍ମ ଉତ୍ସବ । ମୁମ୍ବାଇରେ ଦହିହାଣ୍ଡି ଭଙ୍ଗାଯିବା ଉପରେ ସାରା ଦେଶର ନଜର ରହିଛି ।ଆଜି ପୁରୀ ସହରର ବିଭିନ୍ନ ମଠମାନଙ୍କରେ ଭଜନ କୀର୍ତନ କରାଯାଇ ଭକ୍ତମାନେ ଉପବାସ ରଖିି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବ୍ରତ କରିବେ । ବିଶେଷକରି ଗୌଡିୟ ମଠମାନଙ୍କରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଖୁବ ଧାମଧାମରେ ପାଳନ ହେବ।

loading...

Leave A Reply

Your email address will not be published.