Breaking News

ଆଜି କେମିତି କଟିବ ଆପଣଙ୍କ ଦିନ :୨୯ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ

0

ମେଷ: ଅନ୍ୟର ସହଯୋଗ ଆପଣଙ୍କ ପାଇଁ ସହଜ ସୁଲଭ ହେବ। କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ବହୁ ପରିଶ୍ରମ ପଡ଼ିଲେ ବି ତା’ର ମୂଲ୍ୟ ମିଳିପାରେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ସୃଷ୍ଟି ହେବ।

ବୃଷ: ମାନସିକ ଶାନ୍ତି ମିଳିବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ଅନୁକୂଳ ଅଛି। ଦିଅଁ ଦର୍ଶନ ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ମିଥୁନ: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବା ଉଚିତ। ବିଭିନ୍ନ ଦିଗରୁ ସ୍ୱଳ୍ପ ଅର୍ଥ ମିଳିବାର ସମ୍ଭାବନା ଅଛି। ଶତ୍ରୁ ଆପଣାଛାଏଁ ଅପସରିଯିବ। ସରକାରଙ୍କ ଦ୍ୱାରା ଅନୁଗୃହିତ ହେବେ। ବିଦ୍ୟାର୍ଥୀ କର୍ମତତ୍ପର ହେବେ।

କର୍କଟ: ସୁଖ ସମ୍ମାନ ଲାଭ କରିବେ। ଆୟ ସାମାନ୍ୟ ପରିମାଣର ହେବ। ସରକାରୀ କିମ୍ବା ବନ୍ଧୁ ସହାୟତା ମିଳିପାରେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ। ବିଦ୍ୟାର୍ଥୀ ଚଳଚଞ୍ଚଳ ହେବେ।

ସିଂହ: ସଞ୍ଚୟର ଉପଯୋଗ କରିବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବେ। କଅଁଳ ବଚନରେ ଅନ୍ୟକୁ ମୁଗ୍ଧ କରିପାରନ୍ତି। ସ୍ୱାଭିମାନୀ ହେବେ। ଏକାନ୍ତ ପ୍ରିୟ ହୋଇପାରନ୍ତି। ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ।

କନ୍ୟା: ମୋହବତ୍‌ରେ ପଡ଼ି କ୍ଷତି ସହିବେ। ଆୟ ସ୍ୱଳ୍ପ ପରିମାଣର ହେବ। ଶୁଭଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତ ହେବେ। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିବ।

ତୁଳା: ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସୁ- ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭ କାର୍ଯ୍ୟ କରଣୀୟ। ବିଦ୍ୟାର୍ଥୀ ସଫଳତା ଲାଭ କରିବେ।

ବିଛା: ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହେବେ। ଦୂରଯାତ୍ରା ଲାଭଦାୟକ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ପାଇ ଗର୍ବିତ ହୋଇପାରନ୍ତି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ।

ଧନୁ: ପରୋପକାରକୁ ବ୍ରତ ଭାବେ ଗ୍ରହଣ କରି ଆତ୍ମ ସନ୍ତୋଷ ଲାଭ କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ନିଅଣ୍ଟ ଦେଖାଦେଇ ପାରେ। ଭାଗ ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କର ବାଜିମାତ୍‌।

ମକର: ଦେବ-ଦେବ ମହାଦେବଙ୍କ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ। ସୁଖ ସମ୍ଭୋଗ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଉତ୍ତମ ଭୋଜନ ମିଳିବ।

କୁମ୍ଭ: କ୍ରୋଧ ସମ୍ବରଣ କରିବା ଆପଣଙ୍କ ପକ୍ଷେ ଶ୍ରେୟସ୍କର ହେବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରିବେ। ବିଦ୍ୟାର୍ଥୀ ପ୍ରଫୁଲ୍ଲିତ ହେବେ।

ମୀନ: ଯେସାକୁ ତେସା ନୀତି ପ୍ରୟୋଗ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍‌ କିଛି ଧନ ମିଳିବ। ବିଦ୍ୟାର୍ଥୀ ପଢ଼ାରେ ମନ ଦେବେ।

Leave A Reply

Your email address will not be published.