Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୧୮ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ

0

ମେଷ: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବିଚାର ଆଲୋଚନା କରି କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟୟ ବୃଦ୍ଧି ଘଟିପାରେ। ଶାରୀରିକ କ୍ଳେଶ ଭୋଗ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ: କାର୍ଯ୍ୟରେ ଅସ୍ଥିରତା ଲାଗି ରହିପାରେ। ପ୍ରତ୍ୟେକ କାର୍ଯ୍ୟ ପାଇଁ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଖର୍ଚ୍ଚାନ୍ତ ହେବେ। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ।

ମିଥୁନ: କାର୍ଯ୍ୟ ପ୍ରାପ୍ତି ପାଇଁ ଆଶାବାଦୀ ହୋଇପାରନ୍ତି। ସୌଜନ୍ୟତା ପ୍ରକାଶ ପାଇବ। ଆୟ ପରିମାଣ ବୃଦ୍ଧି ପାଇବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ।

କର୍କଟ: ହଠାତ୍‍ ଏକ ଭଲ ଖବର ପାଇ ଖୁସି ହେବେ। ସାମୟିକ ଭାବେ ଆତ୍ମ ଗୋପନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧର୍ମ-ଧାରଣାରେ ନିୟୋଜିତ ହେବେ।

ସିଂହ: ପୈତୃକ ସମ୍ପତ୍ତି ପାଇଁ ମାଲି-ମୋକଦ୍ଦମା ସୃଷ୍ଟି ହୋଇପାରେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହେବେ। ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ବାଣିଜ୍ୟେ ଲାଭ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ହେବ। ମାନ ଅଭିମାନର ଶରବ୍ୟ ହୋଇପାରନ୍ତି। ଶୁଭ ସମାଚାର ପାଇ ଉତ୍‍ଫୁଲ୍ଲିତ ହେବେ। କଥାବାର୍ତ୍ତାରେ ସଂଯମତା ରକ୍ଷା କରିବାକୁ ପଡ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାରଙ୍କୁ ପଚାରନ୍ତୁ।

ତୁଳା: ପଦ-ମର୍ଯାଦା ବୃଦ୍ଧି ପାଇପାରେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ନିରୀହ ସ୍ୱଭାବର ହୋଇପାରନ୍ତି। ପ୍ରମାଦକୁ ଏଡାଇ ଆଗକୁ ବଢ଼ିବେ। ସାଧୁ ସେବାରେ ବ୍ରତୀ ହୋଇ ଆତ୍ମ ସନ୍ତୋଷ ମିଳିବ। ଉତ୍ତମ ମିତ୍ର ମିଳିବେ।

ବିଛା: ଗୁପ୍ତ ରଖିଥିବା କାର୍ଯ୍ୟକୁ ପ୍ରକାଶ କରିବେ। ସାମାଜିକ ଓ ବିଭାଗୀୟ ସ୍ତରରେ ଆଦର-ସମ୍ମାନ ପାଇପାରନ୍ତି। ବ୍ୟୟ ବୃଦ୍ଧି ଘଟିପାରେ। ବିବାଦୀୟ ପରିସ୍ଥିତି ଉପୁଜି ପାରେ। କୌଣସି ଭୁଲ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଅର୍ଥ ପ୍ରାପ୍ତ ହେବେ।

ଧନୁ: ଯେତେ ଅସୁବିଧାର ସମ୍ମୁଖୀନ ହେଲେ ବି ନିଜର ସମ୍ମାନ କ୍ଷୁଣ୍ଣ ହେବାକୁ ଦେବେ ନାହିଁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଅର୍ଥ ପ୍ରାପ୍ତି ହେବେ। କେତେକ ନୂତନ କାର୍ଯ୍ୟ ହାତକୁ ନେବେ।

ମକର: ବନ୍ଧୁ ମହଲରେ ସମ୍ମାନିତ ହେବେ। ବ୍ୟୟାଧିକ ହୋଇପାରେ। ପଥରୋଧ ଘଟିପାରେ। ଆତ୍ମୀୟମାନଙ୍କ ସହଯୋଗ ପାଇ ଖୁସି ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅପରାହ୍ଣରେ ରୋଜଗାର ହେବ।

କୁମ୍ଭ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ନିଜ ଲୋକ ମାନେ ନେପଥ୍ୟରେ ଶତ୍ରୁତା ଆଚରଣ କରିବାକୁ ପଛାଇବେ ନାହିଁ। ମାତ୍ର ସବୁ ବିରୋଧକୁ ଏଡ଼ାଇ ସ୍ୱକର୍ମରେ ଆଗକୁ ବଢ଼ିବେ। ବିଶ୍ୱାସୀ ହେବେ। ଅର୍ଥ ମିଳିପାରେ।

ମୀନ: କର୍ମକ୍ଷେତ୍ର ଲାଭପ୍ରଦ ହେବ। ପରୋପକାରରେ ବ୍ରତୀ ହୋଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ବିଳାସ-ବ୍ୟସନରେ ସମୟ କଟାଇ ପାରନ୍ତି। ଅନୁ ଗୃହୀତ ହେବା ଆଶାକରାଯାଏ। ବ୍ୟବସାୟରେ ସଫଳତା ମିଳିବ। ବକୟା ଅର୍ଥ ଆଦାୟ କରିବେ।

loading...

Leave A Reply

Your email address will not be published.