Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୧୪ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ

0

ମେଷ: କାର୍ଯ୍ୟରେ ବାଧା ଉପୁଜି ପାରେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ସୁଖ ମିଳିବ। ହସ-ଖୁସିରେ ଦିନଟି ବିତିବ। ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖନ୍ତୁ ନାହିଁ।

ବୃଷ: କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ। ନିଜକୁ କଳହମୁକ୍ତ ରଖିବାକୁ ପଡ଼ିବ। କାର୍ଯ୍ୟ ହାସଲ ହେବ; ମାତ୍ର ବିଳମ୍ବରେ ଠକମାନଙ୍କ ପ୍ରତି ସତର୍କ ରହିବେ। ହଠାତ୍‍ କିଛି ଧନ ମିଳି ପାରେ। କୃଷି କ୍ଷେତ୍ରରୁ ଲାଭବାନ ହେବେ।

ମିଥୁନ: ମହିଳାମାନେ ଜଗି ରଖି ଚଳିବା ଆବଶ୍ୟକ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ବିବାଦରେ ବିଜୟୀ ହେବେ।

କର୍କଟ: ଦକ୍ଷତାର ଉପଯୋଗ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବେ। ସତର୍କ ରହିଲେ ଯାନବାହନ ସୁଖ ମିଳିବ। ନୀତିନିଷ୍ଠ ହେବେ। ଚଞ୍ଚଳମନା ହୋଇପାରନ୍ତି। କୀର୍ତ୍ତି ସ୍ଥାପନ କରିବେ।

ସିଂହ: ମନରେ ସାହସ ବାନ୍ଧି କାର୍ଯ୍ୟ କରିପାରନ୍ତି। ସର୍ବ ସୁଖ ଭୋଗ କରିବେ। ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ। ରୁଚିକର ଭୋଜନ ମିଳିପାରେ। ରୋଜଗାର ଆଶାନୁରୂପ ହେବ। ସକଳ ଗୁଣର ଆଧାର ହେବେ। ଧନବାନ୍‍ ହେବେ।

କନ୍ୟା: ବିପଦରୁ ଅଳ୍ପକେ ଉଧୁରି ଯାଇପାରନ୍ତି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଘ୍ନ ବହୁଳ ହୋଇପାରେ। କାର୍ଯ୍ୟରେ ସଫଳତା ମିଳିବ। ମାନ ସମ୍ମାନ ବୃଦ୍ଧି ହେବ। କାର୍ଯ୍ୟ ସଂପୂର୍ଣ୍ଣ କରିବେ; ମାତ୍ର ବିଳମ୍ବରେ।

ତୁଳା: ଆୟ ଆଶାନୁରୂପ ହୋଇପାରେ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସମ୍ପାଦନ କରିବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଲୋକପ୍ରିୟ ହୋଇପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସୁଖୀ ହେବେ।

ବିଛା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସୁଖ ସମ୍ମାନ ଲାଭ କରିବେ। ଜୀବନ ଗରିମାମୟ ହେବ। କର୍ମରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚଞ୍ଚଳ ଚେଷ୍ଟିତ ଓ ଜ୍ଞାନୀ ହେବେ। ଗୁରୁଜନଙ୍କ ସହାୟତା ମିଳିବ।

ଧନୁ: ସୁଖ ସମ୍ମାନ ଲାଭ କରିପାରନ୍ତି। ପ୍ରଭାବ ବିସ୍ତାର କରି କାର୍ଯ୍ୟ ହାସଲ କରିବେ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅଛି। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିବ।

ମକର: ଶତ୍ରୁମାନଙ୍କୁ ଦମନ କରିବା ପାଇଁ ଚିନ୍ତିତ ହୋଇପାରନ୍ତି। ବାଦ ବିବାଦର ସମ୍ମୁଖୀନ ହେବେ। ଶାରୀରିକ ଓ ମାନସିକ ସ୍ତରରେ କ୍ଳେଶ ଭୋଗ କରିପାରନ୍ତି। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କ ରହିବେ।

କୁମ୍ଭ: ମିତ୍ରତା ବୃଦ୍ଧି ପାଇବ। କର୍ମ କୁଶଳତା ପ୍ରକାଶିତ ହେବ। ସୁଖ-ସମ୍ମାନ ଲାଭ କରିବେ। ଯଶସ୍ୱୀ ହେବେ। ବ୍ୟବସାୟ ଲାଭଜନକ ହେବ। ମନରେ ସେବା ଭାବ ଅବ୍ୟାହତ ରହିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବନ୍ଧୁ ସୁଖ ମିଳିବ।

ମୀନ: ହାତଛଡ଼ା ହେଉଥିବା କାର୍ଯ୍ୟକୁ ଆୟତ୍ତ କରିପାରନ୍ତି। ଯୋଗାଯୋଗରେ ସଫଳତା ମିଳିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଆୟ ଆଶାନୁରୂପ ହେବ। ମଧୁର ଭାଷୀ ହେବେ।

loading...

Leave A Reply

Your email address will not be published.