Breaking

ଆଜି ଗଣେଶ ଚତୁର୍ଥୀ : ଗାଁଠୁ ସହର ଉତ୍ସବ ମୁଖର

0

ଭୁବନେଶ୍ୱର: ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର। ଗଜାନନଙ୍କ ପୂଜାର୍ଚ୍ଚନା ଲାଗି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ପଡିଛି।ବିଦ୍ୟାଦାତାଙ୍କ ପୂଜାର୍ଚ୍ଚନା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ସହରରେ ବଡ଼ ବଡ଼ ପୂଜାମେଢ଼ ପ୍ରସ୍ତୁତ ହୋଇଛି।ଗଣେଶଙ୍କ ଆବାହନ ଲାଗି ରାଜଧାନୀରେ ଥିବା ଶତାଧିକ ଶିକ୍ଷାନୁଷ୍ଠାନ ଏବେ ଝଲସିବାରେ ଲାଗିଛି। ରଙ୍ଗିନ୍‌ ଆଲୋକମାଳା ସାଙ୍ଗକୁ ଏଲ୍‌ଇଡି ଗେଟ୍‌ ପୂଜା ମଣ୍ଡପର ଶୋଭା ବଢ଼ାଉଛି। ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି ସମେତ ଇନ୍‌ଫୋସିଟି ଓ ମଞ୍ଚେଶ୍ୱର ଅଞ୍ଚଳରେ ୧୨୦ରୁ ଅଧିକ ଶିକ୍ଷାନୁଷ୍ଠାନ ଓ କ୍ଲବ୍‌ରେ ବହୁ ଆଡ଼ମ୍ବର ପ୍ରସ୍ତୁତି ହୋଇଛି। ବିଘ୍ନ ବିନାଶକଙ୍କ ଆରାଧନାରେ ସାରା ମୁମ୍ବାଇ ଉତ୍ସବମୁଖର ହୋଇପଡ଼ିଛି । ଅନେକ ବଡ଼ବଡ଼ ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ ।

loading...

Leave A Reply

Your email address will not be published.