ମୁମ୍ବାଇ: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବି-ଟାଉନର ଚର୍ଚ୍ଚିତ ପ୍ରେମୀ ଯୁଗଳ ରଣବୀର ସିଂ ଓ ଦୀପିକା ପାଦୁକୋନ୍। ଟ୍ରାଡିସିନାଲ୍ ବିୟୁଟି ଦୀପିକା ପାଦୁକୋନଙ୍କ ହାତ ଧରିବେ ରଣବୀର ସିଂ ।ଏଥିପାଇଁ ଇଟାଲୀର ପ୍ରସିଦ୍ଧ କୋମୋ ହ୍ରଦରେ ଥିବା ଡେଲ୍ ବାଲବିଆନେଲୋ ରିସୋର୍ଟ ଚଳଚଞ୍ଚଳ ହୋଇଉଠିଛି। ୨ ଦିନ ଧରି ହେବାକୁ ଥିବା ଏହି ଗ୍ରାଣ୍ଡ ସେଲିବ୍ରେସନ ପାଇଁ ପ୍ରାୟ ୭୫ଟି ରୁମ୍ ବୁକ୍ ହୋଇଛି। ଇଟାଲୀର ଲେକ୍ କୋମୋରେ ଏହି ହାଇପ୍ରୋଫାଇଲ୍ ବିବାହ ଅନୁଷ୍ଠିତ ହେଉଛି । ବିବାହ ଉତ୍ସବକୁ ସ୍ମରଣୀୟ କରିବାକୁ ରଣବୀର ଓ ତାଙ୍କର ୧୪ଜଣ ସମ୍ପର୍କୀୟ ଓ ବନ୍ଧୁଙ୍କ ସହ ରିସୋର୍ଟରେ ସି ପ୍ଲେନରେ ଅବତରଣ କରିବେ। ଆଉ ଏଥିପାଇଁ ରିସୋର୍ଟକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି।ବିବାହରେ ହାତ ଗଣିତ କିଛି ଅତିଥିଙ୍କୁ ଉଭୟ ପରିବାର ନିମନ୍ତ୍ରଣ କରିଛନ୍ତି । ଆଜି ଓ ଆସନ୍ତାକାଲି ଦୁଇ ଦିନ ବିବାହ ଉତ୍ସବ ଚାଲିବ । ଦୁଇ ଷ୍ଟାର ଅଲଗା ଅଲଗା ସମ୍ପ୍ରଦାୟରୁ ହୋଇଥିବାରୁ ଦୁଇ ଥର ବିବାହ ପର୍ବ ଅନୁଷ୍ଠିତ ହେବ ।ଦୀପିକା ଦକ୍ଷିଣ ଭାରତୀୟ ହୋଇଥିବାରୁ ଆଜି ପ୍ରଥମେ ସାଉଥ୍ ପରମ୍ପରା ଅନୁସାରେ ଉଭୟେ ବିବାହ କରିବେ । ସେହିପରି ରଣବୀର ସିନ୍ଧି ପଞ୍ଜାବୀ ପରିବାର ହୋଇଥିବାରୁ ଆସନ୍ତାକାଲି ପଞ୍ଜାବୀ ରୀତିନୀତିରେ ହେବ ବିବାହ । ବିବାହରେ ଯୋଗ ଦେବାକୁ ଶାହାରୁଖ ଖାନ୍, ସଞ୍ଜୟ ଲୀଲା ଭନସାଲୀ, ଆଦିତ୍ୟ ଚୋପ୍ରା, କରଣ ଜୋହର ଓ ଫରହା ଖାନଙ୍କୁ ନିମନ୍ତ୍ରଣ କରାଯାଇଛି ।
Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment