Breaking

ଆଜିଠାରୁ ଆଦିବାସୀ ମେଳା : ସହରରେ ଦିଶିବ ଆଦିବାସୀ ଗାଁ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳାରେ ଆଦିବାସୀମାନଙ୍କର ଭଳିକି ଭଳି ପାରମ୍ପାରିକ ଜିନିଷପତ୍ର ଦେଖିବାକୁ ମିଳିବ। ବନ ପାହାଡ଼ ଘେରା ଆଦିବାସୀ ଅଞ୍ଚଳକୁ ନ ଯାଇ ମଧ୍ୟ ରାଜଧାନୀବାସୀ ଆଦିବାସୀଙ୍କ ଚଳନି ସମ୍ପର୍କରେ ଜାଣିପାରିବେ। ଏହି ମେଳା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଚାଲିବ।ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜନ ହେବାକୁ ଥିବା ଏହି ମେଳାରେ ଚଳିତବର୍ଷ ୨୪ଟି ଜନଜାତିଙ୍କ ପାରମ୍ପରିକ ଘର ଦେଖିବାକୁ ମିଳିବ। ଆଦିବାସୀ ଗ୍ରାମ, ଆଦିବାସୀ ହାଟ, ଆଦିବାସୀ ହସ୍ତଶିଳ୍ପ, ସରକାରୀ ଷ୍ଟଲ୍‌, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ, ବୟନ କଳା ମଣ୍ଡପ, ଚିତ୍ରକଳା ମଣ୍ଡପ ଆଦି ମେଳାର ମୁଖ୍ୟ ଆକର୍ଷଣ ସାଜିବ।

loading...

Leave A Reply

Your email address will not be published.