Breaking

ତିତଲି ନେଲା ଜୀବନ: ନାଳରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

0

ମୟୁରଭଞ୍ଜ:ତିତଲି ନେଲା ଜୀବନ। ନାଳପାରି ହେବା ବେଳେ ଭାରସାମ୍ୟ ହରାଇ ବନ୍ୟା ଜଳରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ। ତିତଲି ପ୍ରଭାବରେ ଜିଲ୍ଲାର ପ୍ରଥମ ମୃତ୍ୟୁ ଘଟଣା। ତେବେ ତିତଲି ପ୍ରଭାବରେ ମୟୁରଭଞ୍ଜରେ ଲଗାଣବର୍ଷା ଜାରି ରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀବ୍ଲକର କୁମ୍ଭାରମୁଣ୍ଡ କଟା ଗ୍ରାମରେ ଘଟିଯାଇଛି ଅଘଟଣ। କୁମ୍ଭାରମୁଣ୍ଡକଟା ଗ୍ରାମର କୁନୁ ସିଂ (୫୫) ବର୍ଷ ଆଜି ଗାଁ ନିକଟ ନିଜ ଚାଷ ଜମିକୁ ଯାଇଥିବା ବେଳେ ଜମିଜୁ ଯିବା ପାଇଁ ଯାଇଥିବା ଜିଆଣୀ ନାଳ ପାରିହେବାକୁ ପଡ଼ିଥାଏ। ତେବେ କୁନୁ ଜିଆଣୀ ନାଳ ପାରିହେବାକୁ ଉଦ୍ୟମ କରୁଥିବା ବେଳେ ଗୋଡ ଖସି ଯାଇଥିଲା – ଜିଆଣୀ ନାଳରେ ପାଣି ବଢିଥିବାରୁ କୁନୁ ଭାରସାମ୍ୟ ହରାଇ ନାଳରେ ଭାସିଯାଇ ମୃତ୍ୟୁ ବରଣ କରିଥିଲେ – ଗ୍ରାମବାସୀ ଖବର ପାଇ କୁନୁ ସିଂ କୁ ଉଦ୍ଧାର କରିଥିଲେ ବି ସେତେବେଳକୁ କୁନୁଙ୍କର ପ୍ରାଣ ବାୟୁ ଉଡିଯାଇଥିଲା।

loading...

Leave A Reply

Your email address will not be published.