Breaking

ରାଜଧାନୀରେ ଧରା ପଡିଲା ବାଘ:କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ପଡ଼ିଲା ବାଘ

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ସୃଷ୍ଟି କରିଥିବା ଏକ କଲରାପତରିଆ ବାଘ ଶେଷରେ ଯନ୍ତାରେ ପଡ଼ିଛି। ବିମାନବନ୍ଦରର କାର୍ଗୋ ଗେଟ୍ ପାଖରେ ବସା ଯାଇଥିବା ଯନ୍ତାରୁ କୁକୁଡ଼ା ଖାଇବାକୁ ଆସି ଧରାପଡ଼ିଛି ଏହି ବାଘ। ବନ ବିଭାଗର ତିନୋଟି ଟିମ୍‌ ରାତି ତମାମ୍‌ ବାଘ ଧରିବା ପାଇଁ ଅପରେସନ୍‌ ଚଳାଇଥିଲେ, ‌ଶେଷରେ ରାତି ପ୍ରାୟ ୩ଟା ୨୮ ମିନିଟରେ ବିମାନବନ୍ଦର କାର୍ଗୋ ଗେଟ୍ ପାଖରୁ ବାଘ ଧରାପଡିଥିଲା । ଧରାପଡ଼ିବା ପରେ ବାଘକୁ ନନ୍ଦନକାନନ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ରବିବାର ଏୟାରପୋର୍ଟ ପାଚେରୀ ଡେଇଁ ଗୋଟିଏ କଲରାପତରିଆ ବାଘ ପଳାସପଲ୍ଲୀ ଅଞ୍ଚଳରେ ପଶି ଆସିଥିବା ଖବର ମିଳିଥିଲା। ଏହାପରେ ବାଘଟି ରାସ୍ତା ଅତିକ୍ରମ କରି ଈ-୭/୧ ପ୍ଲଟ୍‌ ପରିସରରେ ଥିବା ଏକ ବେସରକାରୀ ଅଫିସ୍‌ ଦୁଆର ମୁହଁରେ ବସିଥିଲା। କିଛି ସମୟ ପରେ ବାଘଟି ଛାତ ଉପର ଦେଇ ଚମ୍ପଟ ମାରିଥିଲା। ଏହି ଘରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

loading...

Leave A Reply

Your email address will not be published.