Breaking

ରାଜଧାନୀର ଛାତି ଉପରେ କଡ଼ା ସୁରକ୍ଷା ଭିତରେ ବାଘ

0

ଭୁବନେଶ୍ୱର: ରାଜଧାନୀରେ ବାଘ ତାହା ପୁଣି ସ୍ମାର୍ଟସିଟି ଭୁବନେଶ୍ୱରର ଛାତି କୁହାଯାଉଥିବା ପଳାଶପଲ୍ଲୀ ଅଞ୍ଚଳରେ । ଯେଉଁଠି ରହୁଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ କଡା ପହରା ସାଙ୍ଗକୁ ଚକାଚକ୍ ଲାଇଟ । ଏହା ଆମେ କହୁନୁ କି ଲୋକମାନେ କହୁନାହାନ୍ତି କହୁଛି ସିସିଟିଭି । ଏକ କଲରାପତରିଆ ବାଘ ପାଚେରୀ ଡ଼େଇଁ ଘରେ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ,  ବାଘଟି ଏୟାରପୋର୍ଟ ପାଚେରୀ ଡେଇଁ ଆସୁଥିବାର ସିସିଟିଭି ଦୃଶ୍ୟରୁ ଜଣାପଡୁଛି । ଏହି ଘଟଣାଟି ଗତ ୧୭ ତାରିଖ ରାତି ପାଖାପାଖି ୧୧ଟା ବେଳେ ଘଟିଛି । ବାଘ ପାଚେରୀ ଡେଇଁଥିବା ସୂଚନା ମିଳିଛି । ବନ ବିଭାଗ ତରଫରୁ କଡା ଆପରେସନ୍ ଜାରି ରହିଛି ସନ୍ଧାନ ମିଳିଲେ ନିସ୍ତେଜକ ଦେଇ କାବୁ କରାଯିବ ବୋଲି ବନ ବିଭାଗର ଅଧିକାରୀ କହିଛନ୍ତି ।
ତେବେ ବାଘକୁ ସ୍ଥାନୀୟ ବାସିନ୍ଦା ବାଙ୍ଗନିଧି ସେନାପତି ଦେଖିଥିବା କହିଛନ୍ତି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବାଘ କେଉଁଠୁ ଆସିଲା, କେମିତି ସହର ମଧ୍ୟକୁ ପ୍ରବେଶ କଲା ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି 

loading...

Leave A Reply

Your email address will not be published.