Breaking

ନିର୍ବାଚନ ପୂର୍ବରୁ ବିଜେଡି ଟିକେଟ ତାଲିକା ଭାଇରାଲ : ବଢୁଛି ରାଜନିତିକ ମହଲରେ ଚର୍ଚ୍ଚା

0

ଭୁବନେଶ୍ବର : ବିଜେଡି ଭିତିରି ରହସ୍ୟ ବର୍ତ୍ତମାନ ଦାଣ୍ଡରେ ପଡି ସାମାଜିକ ଗଣମାଧ୍ୟମରେ ଗଡଗଡେଇଲାଣି । ନିର୍ବାଚନ ପୁର୍ବରୁ ବିଜେଡିର ଗୁପ୍ତ ଯୁଦ୍ଧ ଦେଖି ଅନ୍ୟ ଦଳପତି ମାନେ ହସିବା ଆରମ୍ଭ କଲେଣି । ଏକଥା ଲୋକମାନେ କହୁଛନ୍ତି ।ଫୋନରୁ ଫୋନକୁ ଘୁରି ବୁଲୁଛି ବିଜୁ ଜନତା ଦଳର ବିଧାୟକଙ୍କ କଟ ଅଫ ଲିଷ୍ଟ । କିଏ ରହିଲେ ଓ କିଏ ଗଲେ ସେ ନେଇ ଦୁଇ ଜଣ ଲୋକଙ୍କ ମଧ୍ୟରେ ଚାଲିଥିବା ଫୋନ କଲ ରେକର୍ଡ଼ିଂ ଏବେ ରାଜ୍ୟସାରା ଭାଇରାଲ ହେବାରେ ଲାଗିଛି । ଏହି ରେକର୍ଡ଼ିଂ କୁ ଶୁଣିବା ପାଇଁ ନେତାଙ୍କ ଠାରୁ ଆରମ୍ଭ କରି ଜନତା ଙ୍କ ପର୍ଯ୍ୟନ୍ତ ଉତ୍କଣ୍ଠା ଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଟେଲିଫୋନ ଯୋଗେ ଦୁଇ ଜଣ ଲୋକ ବିଜୁ ଜନତା ଦଳର ସାମ୍ଭାବ୍ୟ ବିଧାୟକ ଙ୍କ ତାଲିକା ସମ୍ପର୍କରେ କଥାବାର୍ତ୍ତା ହେଉଛନ୍ତି । କିଏ ଟିକେଟ ପାଇବ ଓ କାହାର ଟିକେଟ କଟିବ ସେ ନେଇ ଆଲୋଚନା ହେଉଛି । କିନ୍ତୁ ଏହି ରେକର୍ଡ଼ିଂ କାହାର ସେ ନେଇ କୌଣସି ସୂଚନା ମିଳିନାହିଁ । କିଛି ଆସାୟୀ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ଏକ ରେକର୍ଡ଼ିଂ କୁ ଭାଇରାଲ କରାଯାଉଥିବା ଅନୁମାନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲାରେ ପ୍ରିୟଦର୍ଶୀ ମିଶ୍ର , ବାଦଲ ମହାନ୍ତି , ପ୍ରଶାନ୍ତ ଜଗଦ୍ଦେବ ଙ୍କ ଟିକେଟ କଟୁଥିବା କୁହାଯାଇଛି । ସେହିପରି ଜଗତସିଂହପୁର ରେ ରାଜଶ୍ରୀ ମଲ୍ଲିକ , କେନ୍ଦ୍ରାପଡା ରେ କିଶୋର ତରାଇ ଓ ବେଦପ୍ରକାଶ ଅଗ୍ରୱାଲ କଟକରୁ ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ ଓ ପ୍ରମୋଦ ମଲ୍ଲିକ , ଯାଜପୁର ଆକାଶ ଦାସ ନାୟକ , ଭଦ୍ରକରୁ ଯୁଗଳ କିଶୋର ପଟ୍ଟନାୟକ ଓ ମୁକ୍ତକାନ୍ତ ମଣ୍ଡଳ ଙ୍କ ଟିକେଟ କଟିଥିବା ଉକ୍ତ ଅଡିଓ ରେ ଶୁଣିବାକୁ ମିଳୁଛି । ସାରା ରାଜ୍ୟର ବିଭିନ୍ନ ଜିଲ୍ଲାର ନିର୍ବାଚନମଣ୍ଡଳୀ ସମ୍ପର୍କରେ ଏହି ଅଡିଓ ରେ ବାର୍ତ୍ତାଳପ ହେଉଛି । ତେବେ ଏହି ରେକର୍ଡ଼ିଂ ର କୌଣସି ସତ୍ୟାସତ୍ୟ ନଥିବା ବିଜେଡି ପକ୍ଷରୁ କୁହାଯାଇଛି । କିନ୍ତୁ ଆସାୟୀଙ୍କର କିଛି ହାତ ଗଣନ୍ତି ନେତା ,ମନ୍ତ୍ରୀ , ତୃତୀୟ ମହଲରେ ଭଲ ହାତ ଅଛି ବୋଲି ସେମାନେ କହିବୁଲୁଛନ୍ତି ।

loading...

Leave A Reply

Your email address will not be published.