ଭୂବନେଶ୍ବର :ରାଜନିତିକ ଦାୟଦ ପୁଣି ରାଜନୀତିରେ ନିପୁଣ ତଥାଗତ ଶତପଥୀ ଆଜି ସ୍ବଇଛାରେ ରାଜନୀତିରୁ ସନ୍ୟାସ ନେଲେ ବୋଲି ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢିବେ ନାହିଁ ତେଙ୍କାନାଳ ସାଂସଦ ତଥାଗତ ଶତପଥୀ । ୨୦୧୯ ନିର୍ବାଚନ ଦିନ କେଇଟା ଥିବା ବେଳେ ସକ୍ରିୟ ରାଜନୀତିରୁ ଅବ୍ୟାହତି ନେଇଛନ୍ତି ତଥାଗତ । ବିଜେଡିର ପ୍ରାଥମିକ ସଦସ୍ୟ ପଦରେ ସେ ଏବେବି ଥିବା କହିଛନ୍ତି ବିଜେଡିର ଏହି ସାଂସଦ । ତେବେ ରାଜନୀତିରୁ କାହିଁକି ଅବ୍ୟାହତି ନେଉଥିବା ପ୍ରଶ୍ନର ଉତ୍ତରରେ ତଥାଗତ ପୁନର୍ବାର ନିରପେକ୍ଷ ସାମ୍ବାଦିକତା ଓ ପାରିବାରିକ କାରଣ ଦର୍ଶାଇଛନ୍ତି । ବିଜୁ ଜନତା ଦଳ, ନବୀନ ପଟ୍ଟନାୟକଙ୍କ ଠାରୁ ବହୁତ ସ୍ନେହ ଶ୍ରଦ୍ଧା ପାଇଛି ଓ ଆଗକୁ ମଧ୍ୟ ଦଳ ପ୍ରତି ସେତିକି ଭଲପାଇବା ରହିବ ବୋଲି କହିଛନ୍ତି ତଥାଗତ ।ଅନୁଗୁଳ-ଢେଙ୍କାନାଳବାସୀ ମୋତେ ଆଶା ଠାରୁ ଅଧିକ ସ୍ନେହ,ଶ୍ରଦ୍ଧା ଓ ଭଲପାଇବା ଦେଇଛନ୍ତି ବୋଲି କହିଛନ୍ତି ତଥାଗତ । ତେବେ ତଥାଗତଙ୍କ ସନ୍ୟାସ ଆଗାମି ଦିନରେ ଦଳ ପ୍ରତି କଣ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’