Breaking

ନିର୍ଦ୍ଧାରିତ ସମୟର ଅଧ ଘଣ୍ଟାଏ ପୂର୍ବରୁ ଉଠିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

0

ଭୁବନେଶ୍ୱର:ବହୁ ପ୍ରତିକ୍ଷୀତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ‘ମହାଦୀପ’ ନିର୍ଦ୍ଧାରିତ ସମୟର ଅଧ ଘଣ୍ଟା ପୂର୍ବରୁ ଉଠିଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ନୀତି ନିର୍ଦ୍ଧାରଣ ହୋଇଥିଲା। ମାତ୍ର ସଠିକ୍ ସମୟରେ ନୀତିକାନ୍ତି ହେବାରୁ ମହାଦୀପ ନିର୍ଦ୍ଧାରିତ ସମୟର ଅଧା ଘଣ୍ଟା ପୂର୍ବରୁ ଉଠିଛି। ପବିତ୍ର ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଦିନ ତମାମ ଏକାମ୍ର କ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍‌। ଭୋର୍ ୩ଟାରେ ମନ୍ଦିର ଖୋଲାଯାଇ ଠାକୁରଙ୍କ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ସାହାଣମେଲା ଦର୍ଶନ। ସହଳ ଜାଗର ନୀତି ଶେଷ କରି ନିର୍ଦ୍ଧାରିତ ସମୟର ପ୍ରାୟ ଅଧ ଘଣ୍ଟାଏ ପୂର୍ବରୁ ମହାଦୀପ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଉପରକୁ ଉଠିଛି।ମହାଦୀପ ଉଠିବା ସମୟରେ ମନ୍ଦିର ପରିସର ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି। ହରିବୋଲ, ହୁଳହୁଳି ଏବଂ ହରହର ମହାଦେବ ଧ୍ୱନିରେ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଛି। ମନ୍ଦିର ପରିସରରେ ଥିବା ଶ୍ରଦ୍ଧାଳୁମାନେ ଭାବୁଥିଲେ ଯେ, ମହାଦୀପ ରାତି ୧୦ଟା ପରେ ଉଠିବ ମାତ୍ର ଶ୍ରଦ୍ଧାଳୁଙ୍କ କଳ୍ପନା ପୂର୍ବରୁ ଏହି ନୀତି ସମ୍ପନ୍ନ ହୋଇଛି।

loading...

Leave A Reply

Your email address will not be published.