Breaking

ବଦଳିଲା ନାମ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆସନ୍ତାକାଲି ଠାରୁ ସେସୁ ଟାଟା ପାୱାର ଅଧୀନ କୁ ଯାଉଥିବା ବେଳେ ସେସୁ ର ନାମ ପରିବର୍ତନ ହେଇ TPCODL ରଖାଯାଇଛି I ତେବେ ଟାଟା ପାୱାର ଗ୍ରହଣ କରିବା ପୂର୍ବରୁ ସେସୁ ସିଇଓ ଦାୟିତ୍ୱରୁ ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କୁ ଅପସାରଣ କରାଯାଇଛି ! 13 ଅଗଷ୍ଟ 2019 ରେ ସେସୁରେ ସିଇଓ ଭାବେ ଯୋଗ ଦେଇଥିଲେ ଅରୁଣ ବୋଥ୍ରା Iପ୍ରାୟ ଦଶ ମାସର କାର୍ଯ୍ୟକାଳ ପରେ ତାଙ୍କୁ ସେସୁ ରୁ ଅପସାରଣ କରାଯାଇ OSRTCର CMD ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି I ସୂଚନା ଥାଉ କି ସେସୁ ରେ ଯୋଗ ଦେବାପରେ ବକେୟା ଶୁକ୍ଳ ଆଦାୟ ପାଇଁ ଅରୁଣ ବୋଥ୍ରା ବହୁ ନିଷ୍ପତି ନେଇଥିଲେ ,ବାକି ରଖିଥିବା ଗ୍ରାହକ ଙ୍କୁ ବିଦ୍ୟୁତ କାଟିବାର ରୋକଠୋକ ଶୁଣାଇ ଦେଇଥିଲେ କିନ୍ତୁ ଶେଷରେ ଏଥିରେ ବିଫଳ ହେଇଥିଲେ I ବାକି ପଡିଥିବା ସେସୁର ବକେୟା ପ୍ରାୟ 1970କୋଟି ଟଙ୍କାରୁ ମାତ୍ର 30 କୋଟି ଟଙ୍କାଆଦାୟ କରିଥିଲେ Iଆସନ୍ତା କାଲି ଟାଟା ପାୱାର ଅଧିଗ୍ରହଣ କରିନେଉଥିବା ବେଳେ ସିଇଓ ଙ୍କୁ ଅପସାରଣ କରାଯାଇଛି ଏହାସହିତ ସେସୁର ସିଏଫ୍ଓ କିଶୋର କୁମାର ନାୟକଙ୍କୁ ମଧ୍ଯ ରାଜ୍ଯ ସରକାର ସେସୁ ରୁ ଅପସାରଣ କରିନେଇଛନ୍ତି I ମିଳିଥିବା ସୂଚନା ଅନୁଯାୟୀ ଟାଟା ପାୱାର ପକ୍ଷରୁ ନୂଆ କମ୍ପାନୀର ସୁପରିଚାଳନା ପାଇଁ ଦଶ ଜଣ ଅବସରପ୍ରାପ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି I

loading...

Leave A Reply

Your email address will not be published.