Breaking

ଛାମୁ ଯାହା ଦେଲେ ହରସେ……

ବର୍ଷିଲେ ନିରଞ୍ଜନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବର୍ଷିଲେ କଂଗ୍ରେସ ବିରୋଧୀ ଦଳ ନେତା।କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ୧୭ ହଜାର କୋଟି ଟଙ୍କା ଘୋଷଣା କରିବା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ପୂର୍ବରୁ ପହଂଚି ଯାଉଛି ସରକାର କ’ଣ ଖର୍ଚ୍ଚ କରିବେ ସେସବୁର ତଥ୍ୟ ୨୮ ତାରିଖରୁ ସବୁ ବିଭାଗକୁ ଉନ୍ନୟନ କମିଶନର ଦେଇ ସାରିଥିଲେ । ବୈଠକ ପୂର୍ବରୁ ଯଦି ନିଷ୍ପତି ନିଆସରିଥିଲା ତେବେ ମନ୍ତ୍ରୀ ପରିଷଦ ବୈଠକ କାହିଁକି ଡ଼କାଯାଉଥିଲା । ଅମଲାଙ୍କୁ ନେଇ ସରକାର ଶାସନ କଳ ଚଲାଇଛନ୍ତି ବୋଲି ଆକ୍ଷେପ କରିଛନ୍ତି ନିରଞ୍ଜନ।

loading...

Leave A Reply

Your email address will not be published.