Breaking

ମଣିମା ରହିବେ ଉଜାଗର

ରାତ୍ରିସାରା ଖୋଲା ରହିବ ଶ୍ରୀମନ୍ଦିର।ଭକ୍ତଙ୍କୁ ଦେବେ ଅହୋରାତ୍ର ଦର୍ଶନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆସନ୍ତାକାଲି ସୂର୍ଯ୍ୟପରାଗ ।ଏଥି ନିମନ୍ତେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ର ଆୟୋଜନ କରାଯାଇଛି।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ନୀତିକାନ୍ତି ପରିବର୍ତନ କରାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡୁଥିବାରୁ ଆଜି ଶ୍ରୀମନ୍ଦିର ଅହୋରାତ୍ର ଖୋଲା ରହିବ । ଆଜି ରାତି ୮ଟା ୧୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ପରାଗ ଗ୍ରାସର ୧୨ ଘଂଟା ପୂର୍ବରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଇଁ ବ୍ୟବସ୍ଥା କରାଯାଇଛି ।ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର । ଶ୍ରୀଜିଉଙ୍କୁ ସାରାରାତି ଦର୍ଶନ କରିପାରିବେ ଭକ୍ତ ପରିବର୍ତିତ କାର୍ଯ୍ୟସୂଚି ଅନୁସାରେ ରାତ୍ର ପ୍ରାୟ ୩ ରେ ଶ୍ରୀମନ୍ଦିର ଦ୍ୱାରଫିଟା, ଭିତର ଶୋଧ ରାତି ୩ଟା ୩୦, ମଙ୍ଗଳ ଆଳତି ୩ଟା ୪୫ ଏବଂ ୪ଟା୩୦ରେ ମଇଲମ ଓ ତଡ଼ପ ଲାଗି କରାଯିବ । ସେହିପରି ଅବକାଶ ସକାଳ ୫ଟା, ସୂର୍ଯ୍ୟୋପୂଜା ୫ଟା ୪୫ ଓ ଦ୍ୱାରପାଳ ପୂଜା ସକାଳ ୬ଟାରେ ସଂପନ୍ନ କରାଯିବା ପାଇଁ ନୀତି ନିର୍ଘଂଟ କରାଯାଇଛି । ଏହାପରେ ପହିଲି ଭୋଗ, ସକାଳ ଧୂପ, ମଇଲମ, ମଧ୍ୟାହ୍ନ ଧୂପ ଶ୍ରୀମନ୍ଦିରରେ ଲାଗି ହେବ।ଏନେଇ ଶ୍ରୀମନ୍ଦିର ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

loading...

Leave A Reply

Your email address will not be published.