Breaking

ଥାଲାସେମିଆ ଦୁଇ ଭଉଣୀଙ୍କୁ ପୋଷ୍ୟ ଭାବରେ ଗ୍ରହଣ କଲେ ସମାଜସେବୀ

ପୂଜା ଓ ନନ୍ଦନୀଙ୍କ ମୁହଁରେ ହସ ଫୁଟାଇଲେ ବାପୁନ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଥାଲାସେମିଆରେ ପୀଡିତ ଦୁଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଲେ ଯୁବ ସମାଜସେବୀ । ଯୁବ ସମାଜସେବୀ ହେଉଛନ୍ତି ବାପୁନ୍ ମେକପ । ଭୁବନେଶ୍ବରରେ ରହୁଥିବା ବାପୁନ ଚନ୍ଦକାର ଫିରିକିନାଳୀରେ ରହୁଥିବା ପୂଜା ଦେଓଗାମ୍,ନନ୍ଦିନୀ ଦେଓଗାମଙ୍କୁ ସହଯୋଗର ହାତ ବଢାଇଛନ୍ତି । ଏ ଦୁଇ ଭଉଣୀଙ୍କ ବାପା ଚକ୍ରଧର ଦେଓ ଗାମ୍ ହେଉଛନ୍ତି ଦିନ ମଜୁରିଆ । ଭାରି କଷ୍ଟରେ ଚଳୁଛଇ ପରିବାର । ପୂଜାକୁ ବୟସ ୭ ଓ ନନ୍ଦନୀଙ୍କୁ ୪ ବର୍ଷ ହୋଇଥିବା ବେଳେ ତାଙ୍କ ମା’ ତୁଳସୀ ବର୍ଷକ ତଳେ ଆରପାରିକୁ ଚାଲିଯାଇଛନ୍ତି । ଏବେ ଦୁଇ ଝିଅଙ୍କୁ ନେଇ ଚକ୍ରଧର ପରିବାର ପ୍ରତିପୋଷଣ କରୁଛନ୍ତି । ପାଖ ପଡୋଶୀଙ୍କ ଘରେ ଛୁଆକୁ ଛାଡିଦେଇ ମୂଲ ମଜୁରୀ ଲାଗି ପ୍ରତି ମାସରେ ରକ୍ତ କିଣୁଛନ୍ତି ଚକ୍ରଧାର । ପ୍ରତି ମାସରେ ରକ୍ତ ଦେବା ସଂଭବ ହେଉନାହିଁ । କୋନା ଯୋଗୁ ରୋଜଗାର ବନ୍ଦ ହୋଇଥିବାରୁ ଘରର ଜିନିଷ ପତ୍ର ମଧ୍ୟ ବିକ୍ରି କରି ନିଜ ଦୁଇ କନ୍ୟାଙ୍କ ପାଇଁ ରକ୍ତ କିଣିଛନ୍ତି ଚକ୍ରଧର । ଏବେ ବାପୁନ୍ ସହଯୋଗର ହାତ ବଢାଇବା ପରେ ଚକ୍ରଧର ଖୁସିବ୍ୟକ୍ତ କରିଛନ୍ତି । ପ୍ରତି ମାସରେ ରକ୍ତ ଦେବା ସହ ଦୁଇ ଭଉଣୀଙ୍କର ଯେଭଳି କିଛି ଅସୁବିଧା ହେବନି ସେଥିପାଇଁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ବାପୁନ୍ କହିଛନ୍ତି ।

loading...

Leave A Reply

Your email address will not be published.