Breaking

ଜନସାଧାରଣଙ୍କ ପାଈ ନିସ୍ବାର୍ଥପର ସେବା ସର୍ବଦା ଜାରି ରହିବ:ମିଲନ୍ ପାଇକରାୟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଶ୍ରୀ ମହାବୀର ସାମାଜିକ ସଂଗଠନ ର ସଦସ୍ୟ ମାନେ ସବୁବେଳେ ବିଭିନ୍ନ ସାମାଜିକ କାମରେ ନିଜକୁ ନିୟୋଜିତ କରିଥାନ୍ତି, କେତେବେଳେ ରକ୍ତଦାନ କରି କାହା ଜୀବନ ବଞ୍ଚାଇଥାନ୍ତି ତ କେତେବେଳେ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି, ପରିବେଶ କୁ ଭଲ ରଖିବା ପାଇଁଁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ, ବନ୍ୟା ବାତ୍ୟା ବେଳେ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇବା ସହ ଗରିବ ଲୋକମାନଙ୍କୁ ମଧ୍ୟ ସାହାଯ୍ୟର ହାତ ବଢାଇଥାନ୍ତି, ସେହିପରି ଭାବେ ଲକଡାଉନ୍ ଠାରୁ ଆଜି ପର୍ଯ୍ୟନ୍ତ ନିଜ ଜୀବନ କୁ ବାଜି ଲଗାଇ ବହୁତ କାମ ମଧ୍ୟ କରିଚାଲିଛନ୍ତି ଯଥା ଅଞ୍ଚଳକୁ ସାନିଟାଇଯି, ଲୋକ ମାନଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପ୍ରଦାନ ସଫେଇ କର୍ମଚାରୀ ଓ ବିଏମସି କର୍ମଚାରୀଙ୍କୁ କରନା ଯୋଦ୍ଧା ସମ୍ମାନ, ମାଷ୍କ ବଣ୍ଟନ କାର୍ଯ୍ୟକ୍ରମ ସହ ମାନ୍ୟବର ସମସ୍ତଙ୍କର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଙ୍କୁ ଅନୁରୋଧ କରି ଅଞ୍ଚଳରେ ଅସ୍ଥାୟୀ କୋଭିଡ ପରୀକ୍ଷଣ କେନ୍ଦ୍ର ଓ ଅଞ୍ଚଳକୁ ସଂଗଠନ ର ସଦସ୍ୟ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସାନିଟାଇଯି କରିବା ସହ ବିଏମସି କୁ ଅନୁରୋଧ କରି ଅଞ୍ଚଳରେ ଲାଇଟ୍ ମରାମତି ମଧ୍ୟ କରିଛନ୍ତି, ସେହିପରି ଭାବେ ନୟାପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧୀନରେ ଥିବା ନୂଆସାହି ର ଏଚ୍ ଡୀ ଏଫ୍ ସି ବ୍ୟାଙ୍କ୍ ଛକ ଠାରୁ ବୀର ମହାରଣା ଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ରେ କିଛି ଖାଲ ଥିଲା ଯାହା ମହାବୀର ସାମାଜିକ ସଂଗଠନ ର ସାଧାରଣ ସମ୍ପାଦକ, ସମାଜସେବୀ,ତଥା ବିଜୁ ଜନତା ଦଳର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ମିଲନ କୁମାର ପାଇକରାୟ ଙ୍କ ନେତୃତ୍ତ୍ୟୋରେ ମରାମତି କରାଯିବା ସହ ଆଜି ଏ କରନା ମହାମାରୀ ସମୟରେ ନୟାପଲ୍ଲୀ ୱାର୍ଡ ନମ୍ୱର୍ ୩୯ରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ପରିବାରଙ୍କୁ ତାଙ୍କ ସହଯୋଗୀ ମାନଙ୍କୁ ଧରି ଶ୍ରୀ ପାଇକରାୟ ବ୍ଲିଚିଂ ପାଉଡର ବଣ୍ଟନ କରିଥିଲେ ବଞ୍ଚିଥିବା ପର୍ଯ୍ୟନ୍ତ ସଂଗଠନ ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ସମାଜ ପାଇଁ ସବୁବେଳେ ଭଲ କାର୍ଯ୍ୟ ଜାରିରଖିବେ ବୋଲି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି, ସମସ୍ତ କାର୍ଯ୍ୟ ପାଇଁ ସହଯୋଗ ର ହାତ ବଢ଼ାଇଥିବା ସମସ୍ତଙ୍କର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଙ୍କ ସହ ସାମାଜିକ ସଂଗଠନ ର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ଦେବା ସହ, ବିଭିନ୍ନ କାର୍ଯ୍ୟ କରିବା ପାଇଁ ୱାର୍ଡ ନମ୍ୱର୍ ୩୯ ର ଜନସାଧାରଣ ମାନେ ଶ୍ରୀ ପାଇକରାୟ ଙ୍କୁ ଓ ତାଙ୍କ ସଂଗଠନ ର ସଦସ୍ୟ ମାନଙ୍କୁ ଉସ୍ତାହିତ କରିଥିବାରୁ ୱାର୍ଡ ବାସୀଙ୍କ ନିକଟରେ ସବୁବେଳେ ଚିରରୁଣୀ ବୋଲି ଶ୍ରୀ ପାଇକରାୟ ଓ ସଂଗଠନ ର ସମସ୍ତ ସଦସ୍ୟ କହିଛନ୍ତି,

loading...

Leave A Reply

Your email address will not be published.