Breaking

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ “ଶିକ୍ଷା ଦର୍ପଣ”

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଚଳିତ ଶିକ୍ଷାବର୍ଷ ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ବିଶେଷ ଭାବେ କ୍ଷତି ହୋଇଥିବାରୁ ମାଟ୍ରିକ ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ “ଶିକ୍ଷା ଦର୍ପଣ” ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମେ ୩ ତାରିଖରୁ ମାଟ୍ରିକ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଛି। କମ୍ ସମୟ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏହି “ଶିକ୍ଷା ଦର୍ପଣ” ସହାୟକ ହେବ ବୋଲି କୁହାଯାଉଛି। “ଶିକ୍ଷା ଦର୍ପଣ” ରେ ପ୍ରଶ୍ନପତ୍ର ସହ ଉତ୍ତର ରହିବ ଯାହା ବିଦ୍ୟାର୍ଥୀଙ୍କ ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ।

ତେବେ ସମସ୍ତ ଜିଲ୍ଲାରୁ କେତେ ପିଲା ମାଟ୍ରିକ ପରୀକ୍ଷା ଦେବେ ସେ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ତଥ୍ୟ ମଗାଯାଇଛି। ଆସନ୍ତା ୨୨ ତାରିଖ ମଧ୍ୟରେ ତଥ୍ୟ ମିଳିସାରିବା ପରେ “ଶିକ୍ଷା ଦର୍ପଣ” ଛପା ଯାଇ ବଣ୍ଟନ କରାଯିବ। ତେବେ ୬ ଲକ୍ଷ ବିଦ୍ୟାର୍ଥୀଙ୍କୁ “ଶିକ୍ଷା ଦର୍ପଣ” ବଣ୍ଟନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି।

loading...

Leave A Reply

Your email address will not be published.