Breaking

ସ୍ବାମୀ ଶିବାନନ୍ଦ ମହାରାଜଙ୍କ ପୁଣ୍ୟତିଥି

0

ଭୁବନେଶ୍ୱର : ସ୍ବାମୀ ଶିବାନନ୍ଦ ସରସ୍ବତୀ ମହାରାଜଙ୍କ ୫୯ତମ ପୁଣ୍ୟତିଥି ପାଳିତ ହୋଇଯାଇଛି। ସ୍ଵାମୀଜୀଙ୍କ ନାମରେ ଭୁବନେଶ୍ଵର ଖଣ୍ଡଗିରିଠାରେ ତାଙ୍କ ଭକ୍ତମାନଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଶିବାନନ୍ଦ ଶତବାର୍ଷିକ ବିଦ୍ୟାଳୟ ପରିସରରେ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶରେ ମହାସମାରୋହରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ସକାଳେ ପାଦପୂଜା ସହ ଗୁରୁଜ୍ଞାନ ବିତରଣ କରିବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । ସ୍ଵାମୀ ଶିବଚିଦାନନ୍ଦ ମହାରାଜ ଏହି ସଭାରେ ସଭାପତିତ୍ଵ କରି ବକ୍ତବ୍ୟ ରଖିଥିଲେ। ନିଗମାନନ୍ଦ ଆଶ୍ରମର ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଶିକ୍ଷା ସହ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ବିଷୟରେ କହିଥିଲେ। ଅବସରପ୍ରାପ୍ତ ପୁଲିସ୍ କମିଶନର, ମୁମ୍ବାଇ ଅରୂପ ପଟ୍ଟନାୟକ ଓ କଳିଙ୍ଗ ଟିଭିର ସିଏମ୍‌ଡି ହିମାଂଶୁ ଶେଖର ଖଟୁଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ଅନୁଭୂତି ବ୍ୟାଖ୍ୟା ସହ ସ୍ଵାମୀଜୀଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାମୀଜୀଙ୍କ ଜୀବନୀ ଉପରେ ଅଭିଭାଷଣ ରଖିଥିଲେ। ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଶିବାନନ୍ଦ ଭକ୍ତ, ବିଦ୍ୟାଳୟର ଛାତ୍ର, ଅଭିଭାବକ, ଶିକ୍ଷକମାନେ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ।

loading...

Leave A Reply

Your email address will not be published.