Breaking

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ତରଫରୁ କ୍ୟାନ୍‌ସର୍ ପିଡ଼ିତଙ୍କୁ ଆର୍ଥିକ ସହାୟତା

0

ଦେଶର ପ୍ରମୁଖ ସମାଜ କଲ୍ୟାଣ ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ତରଫରୁ ଡ଼ି.ଏମ୍ ସ୍କୁଲ୍ ଆଲୁମୁନି ଆସୋସିଏସନ୍‌ର ସହାୟତାରେ ଭୁବନେଶ୍ୱର ୱାର୍ଡ଼ ନଂ-୧୧ର ଶ୍ରୀଯୁକ୍ତ ସଞ୍ଜୀବ କୁମାର ପଣ୍ଡା ନାମକ ଜଣେ କ୍ୟାନ୍‌ସର୍ ପିଡ଼ିତଙ୍କୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି । ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ସଚିବ ଓ କୋଷାଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ, ଡ଼ି.ଏମ୍ ସ୍କୁଲ୍ ଆଲୁମୁନି ଆସୋସିଏସନ୍‌ର ଯୁଗ୍ମ ସଚିବ ସୂର୍ଯ୍ୟକାନ୍ତ ପାଢୀ, ଅଶୋକ କୁମାର ବଳିୟାରସିଂହ, ଭୁବନେଶ୍ୱର ମହାନଗର ନିଗମ ୱାର୍ଡ଼ ନଂ-୧୧ର କର୍ପୋରେଟର୍ ଶ୍ରୀମତୀ ପ୍ରଭାସିନୀ ମହାନ୍ତି ଓ ୱାର୍ଡ଼ ନଂ – ୧୧ର ଗଣମାଧ୍ୟମ ସଂଯୋଜକ ତଥା ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ଲୋକସଂପର୍କ ଅଧିକାରୀ ଶ୍ରୀ ରାଜୀବ ନୟନ ରଥ ପ୍ରମୁଖଙ୍କ ଉପସ୍ଥିତରେ ଏହି ସହାୟତା ରାଶି ପ୍ରଦାନ କରାଯିବା ସହ ଶ୍ରୀ ସଞ୍ଜୀବ କୁମାର ପଣ୍ଡାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।

loading...

Leave A Reply

Your email address will not be published.