Breaking

୫୫ ବର୍ଷରେ ପଦାର୍ପଣ କଲେ କିଙ୍ଗ ଖାନ୍

ପ୍ରଶଂସକ କରିବେ ଅନଲାଇନ୍ ରେ ଜନ୍ମଦିନ ପାଳନ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ବଲିଉଡ୍ ର କିଙ୍ଗ ଖାନ୍ ତଥା ଶା ହ ରୁଖ୍ ଖାନ୍ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ଏଥିନେଇ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ୫୫ ବର୍ଷୀୟ ଏହି ତାରକା ଭାରତୀୟ ଟେଲିଭିଜନରୁ ନିଜ ଯାତ୍ରା ଆରମ୍ଭ କରି ଆଜି ବିଶ୍ଵରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକ ମାନେ ଚଳିତ ବର୍ଷ ୫୫୫୫ ଟି କୋଭିଡ୍ କିଟ୍ ସହ ୫୫୫୫ଟି ଖାଦ୍ୟ ପୁଡିଆ ବଣ୍ଟନ କରିବେ ବୋଲି ଯୋଜନା କରିଛନ୍ତି। ଏଥି ସହିତ ବିଶ୍ୱରେ ଥିବା ତାଙ୍କ ପ୍ରଶଂସକ ମାନେ ଡିଜିଟାଲ ମିଡ଼ିଆରେ ଅନଲାଇନ୍ ଜନ୍ମଦିନ ପାଳନ କରିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ପ୍ରତିବର୍ଷ କିଙ୍ଗ ଖାନ୍ ଙ୍କ ମୁମ୍ବାଇ ସ୍ଥିତ ବାସ ଭବନ “ମନ୍ନତ” କୁ ଯାଇ ପ୍ରଶଂସକ ମାନେ ତାଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ଜନ୍ମଦିନ ପାଳନ କରିଥାନ୍ତି। ତେବେ ଏହିବର୍ଷ ମହାମାରୀ ଯୋଗୁଁ ଏହି ଅଭିନବ ଉପାୟରେ ଜନ୍ମଦିନ ପାଳନ ହେବ ବୋଲି ପ୍ରଶଂସକ ମହଲରୁ ସୂଚନା ମିଳିଛି।

loading...

Leave A Reply

Your email address will not be published.