Breaking

ସ୍ବାଦିଷ୍ଟ ମସଲାର ପରିଚାଳନା ନିର୍ଦ୍ଦେଶକଙ୍କ ଦୁର୍ଘଟଣା ରେ ମୃତ୍ୟୁ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ସ୍ବାଦିଷ୍ଟ ମସଲାର ପରିଚାଳନା ନିର୍ଦ୍ଦେଶକ ତଥା ସମାଜସେବୀ ହେମନ୍ତ ଅଗ୍ରୱାଲଙ୍କ ପୁତ୍ର ପିୟୁଷ ଅଗ୍ରୱାଲ (୩୦)ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଭୁବନେଶ୍ବର-କଟକ ଜାତୀୟ ରାଜପଥ-୧୬ରେ ସେ ଫୁଲନଖରାରୁ କଟକ ଆସୁଥଲା ବେଳେ ତେଲେଙ୍ଗାପେଣ୍ଠ ନିକଟସ୍ଥ ପଣ୍ଡା ନର୍ସିଂହୋମ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଟ୍ରକ ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ମୃତଦେହକୁ କଟକ ଜାଉଁଳିଆପଟି ସ୍ଥିତ ବାସଭବନକୁ ନିଆଯାଇଥିଲା। ଖାନନଗର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଖବର ପ୍ରଚାରିତ ହୋଇଯିବା ପରେ ସହରର ମାରୱାଡି ସମାଜ ଏବଂ ସ୍ଵାଦିଷ୍ଟ ମସଲା ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

loading...

Leave A Reply

Your email address will not be published.