ଭୁବନେଶ୍ୱର : ବଲିଉଡ୍ର କିଙ୍ଗ ଖାନ୍ ଶାହାରୁଖ୍ଙ୍କୁ ଓଡ଼ିଶାରେ ପ୍ରବେଶ ନ କରିବା ପାଇଁ ଧମକ ଦିଆଯାଇଥିବା ଜଣାପଡ଼ିଛି । ଯଦି ସେ ଓଡ଼ିଶାରେ ପାଦ ରଖନ୍ତି,ତେବେ ତାଙ୍କ ସହ ଏପରି ବ୍ୟବହାର କରାଯିବ ଯାହା ସେ କେବେ ବି ଭାବି ନଥିବେ ବୋଲି ଧମକ ମିଳିଛି ।ଯଦି ଶାହାରୁଖ୍ ଓଡ଼ିଶା ଆସନ୍ତି ତେବେ ତାଙ୍କୁ କଳା ପତାକା ଦେଖାଇବା ସହ ତାଙ୍କ ମୁହଁ କଳା କରାଯିବ। କଳିଙ୍ଗ ସେନା ନାମକ ସ୍ଥାନୀୟ ସଂଗଠନ ଏହି ଧମକ ଦେଇଥିବା ଜଣାପଡ଼ିଛି ।
କଳିଙ୍ଗ ସେନାର ମୁଖ୍ୟ ହେମନ୍ତ ରଥ କହିଛନ୍ତି ୧୭ ପୂର୍ବେ ଶାହାରୁଖ ଖାନଙ୍କ ଫିଲ୍ମ ଅଶୋକା ରିଲିଜ୍ ହୋଇଥିଲା । ଯେଉଁଥିରେ କଳିଙ୍ଗକୁ ଅପମାନ କରାଯାଇଥିଲା ବିରୋଧ ଯୋଗୁଁ ରିଲିଜ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଓଡ଼ିଶାର ସମସ୍ତ ହଲରୁ ଫିଲ୍ମ ହଟାଇ ଦିଆଯାଇଥିଲା ।ଆଜି ରେହମାନ୍ ଭୁବନେଶ୍ବରରେ ଆସି ପହଂଚିସାରିଥିବା ବେଳେ ଶାହାରୁଖ୍ ଆସିବା ପୂର୍ବରୁ ଏପର ଧମକ ଦେଇଛି କଳିଙ୍ଗ ସେନା । ଯାହା ଏବେ ପାଲଟିଛି ଚିନ୍ତାର କାରଣ ।
Breaking
ପଟିଆରେ ଖୋଲିଲା ରୋଜ୍ ଟ୍ରାନ୍ସଫରମେସନ୍ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜApollo Hospitals, Bhubaneswar Launches Comprehensive Liver Transplant Programପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣବୟୋଜ୍ୟେଷ୍ଠ, ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ, ଆଦର ଦେଉଥିବା ସମାଜ ହେଉଛି ଏକ ଆଦର୍ଶ ସମାଜ- ମୁଖ୍ୟମନ୍ତ୍ରୀ